Tuesday, April 28, 2026
40.4 C
Odisha

    ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

    ଆଗକୁ ପଢନ୍ତୁ

    ବଣାଇ : ପୁଅର ନୃଶଂସ କାଣ୍ଡ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ମା’କୁ ହତ୍ୟା ଉଦ୍ୟମବେଳେ ଅଟକାଇବାରୁ ବାପାକୁ ହତ୍ୟା । ସୁନ୍ଦରଗଡ଼ କୋଇଡ଼ା ଥାନା ପାଟମୁଣ୍ଡା କଦମଡିହି ଗାଁରେ ଚାଞ୍ଚଲ୍ୟ । ମୃତକ ହେଲେ ପାଣ୍ଡୁ ମୁଣ୍ଡା । ଗୁରୁତର ଅବସ୍ଥାରେ ମାଆକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ସୋନା ମୁଣ୍ଡା ନିଜ ମାଆଜୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା । ସ୍ତ୍ରୀକୁ ବଂଚାଇାବକୁ ଯାଇଥିବାବେଳେ ପାଣ୍ଡୁଙ୍କୁ ଆକ୍ରମଣ କରିଥିଲା ପୁଅ ।

    ସେହିପରି ଗତ କିଛି ଦିନ ତଳେ ଟଙ୍କା କେଇଟା ପାଇଁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା ସ୍ୱାମୀ । କେନ୍ଦୁଝର ବାଂଶପାଳ ବ୍ଲକ ରୁଗୁଡ଼ି ସାହିର ଶ୍ରୀକାନ୍ତ ମହାକୁଡ଼, ୧୨ହଜାର ଟଙ୍କା ପାଇଁ ହତ୍ୟା କରିଥିଲା । ଶ୍ରୀକାନ୍ତ ବାହାରେ କାମ କରୁଥିଲେ, ସ୍ତ୍ରୀଙ୍କ ନିକଟକୁ ୧୨ହଜାର ଟଙ୍କା ପଠାଇଥିଲେ । ସ୍ତ୍ରୀ ଏଥିରୁ ୪ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ । ଏହାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    19 %
    4.2kmh
    39 %
    Tue
    43 °
    Wed
    43 °
    Thu
    43 °
    Fri
    40 °
    Sat
    41 °

    ସମ୍ବନ୍ଧିତ