Saturday, October 10, 2026
24.4 C
Odisha

    ବୃଦ୍ଧଙ୍କୁ ଗଳା କାଟି ହତ୍ୟା

    ଆଗକୁ ପଢନ୍ତୁ

    ଜୟପୁର : ବୃଦ୍ଧଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି SDPO ଓ ସାଇଣ୍ଟିଫିକ ଟିମ୍ ।

    ସୂଚନା ଅନୁସାରେ, ଗାଁ ନିକଟସ୍ଥ ଏକ କେନାଲରେ ବୃଦ୍ଧଙ୍କ ମୃତଦେହ ପଡ଼ିଥିଲା । ବେକରେ କ୍ଷତ ଚିହ୍ନ ରହିଛି । ଏହାକୁ ନେଇ ସନ୍ଦେହ କରି ବୃଦ୍ଧଙ୍କ ପୁଅ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରିକି ପ୍ରତିଦିନ ଭଳି ସୋମବାର ମଧ୍ୟ ବୃଦ୍ଧ ଜଣଙ୍କ ଗାଁରେ ଥିବା ଚା ଦୋକାନକୁ ଯାଇ ଆଉ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ସେଠାକୁ ଯାଇ ଏପରି ଅଭାବନୀୟ ଘଟଣା ଦେଖିଥିଲେ । ଗାଁର କିଛି ଲୋକଙ୍କ ଉପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ