Tuesday, March 31, 2026
28.1 C
Odisha

    ବାପା ମା’ଙ୍କୁ ହଇରାଣ କଲେ ଦରମା କାଟ୍ କରିବେ ରାଜ୍ୟ ସରକାର, ପାସ୍ ହେଲା ବିଲ୍

    ଆଗକୁ ପଢନ୍ତୁ

    ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍ କରି ରଖିଦେବେ ସରକାର । ତେଲଙ୍ଗାନା ବିଧାନସଭାରେ ରବିବାର ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍ ୨୦୨୬’ ଗୃହୀତ ହୋଇଛି । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ, ପିତାମାତାଙ୍କ ଯତ୍ନ ନ ନେଲେ ଉଭୟ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ ସମେତ ଜନପ୍ରତିନିଧିଙ୍କ ଦରମା କଟିବ ।

    ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ କହିଛନ୍ତି, ଏହି ବିଲ୍ ଏବେ କେନ୍ଦ୍ରୀୟ ଆଇନଠାରୁ ଆଉ ପାଦେ ଆଗକୁ ଯାଇ କାମ କରିବ । ଦେଶରେ ପୂର୍ବରୁ ‘ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭’ ରହିଛି । ତେବେ ତେଲଙ୍ଗାନାର ଏହି ନୂଆ ବିଲ୍ରେ ଜନପ୍ରତିନିଧି ଏବଂ ବେସରକାରୀ କର୍ମଚାରୀଙ୍କୁ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିବା ରେଡ୍ଡୀ ପ୍ରକାଶ କରିଛନ୍ତି ।

    ଏହି ବିଲ୍ ଅନୁଯାୟୀ, ଜନ ପ୍ରତିନିଧି, ସରକାରୀ ଏବଂ ବେସରକାରୀ କର୍ମଚାରୀମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦରମାରୁ ୧୫ ପ୍ରତିଶତ କିମ୍ବା ୧୦ ହଜାର ଟଙ୍କା (ଯେଉଁଟା କମ୍ ଥିବ) କଟିବ । ସେହି ଟଙ୍କା ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ରେଡ୍ଡୀ ବ୍ୟବସାୟୀ ବିଜୟପତ ସିଂଘାନିଆଙ୍କ ଉଦାହରଣ ଦେଇଥିଲେ, ଯିଏ କି ତାଙ୍କର ସମସ୍ତ ସମ୍ପତ୍ତି ନିଜ ପୁଅକୁ ଦେଇଥିଲେ । ଏହାପରେ ତାଙ୍କୁ ଘରୁ ବାହାରିଯିବାକୁ ପଡ଼ିଥିଲା ।

    ଯେଉଁମାନେ ନିଜ ପିତାମାତାଙ୍କୁ ଅବହେଳା କରିବେ ସେମାନେ ଆଇନ ପରିସରକୁ ଆସିବେ । ଏପରି ହେଲେ ସେମାନେ ପିତାମାତାଙ୍କ ଯତ୍ନ ନେବାକୁ ବାଧ୍ୟ ହେବେ । ଯେଉଁମାନେ ନିଜ ମାତାପିତାଙ୍କୁ ଅବହେଳା କରନ୍ତି ସେମାନଙ୍କର ସମାଜରେ ବଞ୍ଚି ରହିବାର ଅଧିକାର ନାହିଁ ବୋଲି ରେବନ୍ତ ରେଡ୍ଡୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ