Friday, May 9, 2025
37.2 C
Odisha

    ବାରିପଦା ଓ ଝାରସୁଗୁଡ଼ା ରାଜ୍ୟର ସୁବୁଠୁ ଉତ୍ତପ୍ତ ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ତାତିରେ ଫୁଟୁଛି ସାରା ଓଡିଶା । ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ତେବେ ଆଜି ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟିଲାଗଡରେ ତାତି ୪୦ଡ଼ିଗ୍ରୀ ଛୁଇଁଛି । ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ୩୯.୪ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
    ଅନ୍ୟପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ସ୍ଥିତି ନାହିଁ। ମେଘମୁକ୍ତ ଆକାଶ ସମେତ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇଛି। ପ୍ରଭାବରେ ୨ ଏବଂ ୩ ତାରିଖ ରାଜ୍ୟରେ ଉଷ୍ମ ରାତି ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.2 ° C
    37.2 °
    37.2 °
    20 %
    1.2kmh
    71 %
    Fri
    36 °
    Sat
    40 °
    Sun
    44 °
    Mon
    41 °
    Tue
    42 °

    ସମ୍ବନ୍ଧିତ