Friday, October 18, 2024
25 C
Odisha

    ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ହଣାକଟାରେ ୬ରୁ ଊର୍ଦ୍ଧ୍ୱ ଆହତ

    ଆଗକୁ ପଢନ୍ତୁ

    ବାରିପଦା : ବାରିପଦା ଘରୋଇ ବସ୍‌ଷ୍ଟାଣ୍ଡରୁ ଏକ ଘରୋଇ ବସ୍ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ କରିବାରୁ ୬ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି । ସୂଚନାନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା\’ ଦୁର୍ଗା ନାମକ ଘରୋଇ ବସ୍ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଉକ୍ତ ବସ୍‌ଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା । ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବସ୍‌ଟି ଆସି ବାରିପଦା ଘରୋଇ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ବସ୍ ମାଲିକ ସଂଘ ଓ ବସ୍ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହାପରେ କିଛି ଗୁଣ୍ଡା ପ୍ରବୃତ୍ତି ଦୁର୍ବୃତ୍ତମାନେ ଖଣ୍ଡା ଓ ଭୁଜାଲି ଆଦି ମାରଣାସ୍ତ୍ର ଧରି ବସ୍ ମାଲିକମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ କି ୬ଜଣରୁ ଊର୍ଦ୍ଧ୍ୱ ବସ୍ ମାଲିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ବସ୍ ମାଲିକ ତପନ କୁମାର ପୃଷ୍ଟି, ଶିତିକଣ୍ଠ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି । ପିଆରଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଘଟଣାରେ ଯେ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୁଧରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସେ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ବାରିପଦା ବସ୍ ମାଲିକ ସଂଘର ସଭାପତି ସୁନିଲ କୁମାର ଦାଶ କହିଛନ୍ତି । ଏନେଇ ବାରିପଦା ଟାଉନ ଥାନାରେ ବସ୍ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସ୍ଥିତି ଶାନ୍ତ ପାଇଁ ବସ୍‌ଷ୍ଟାଣ୍ଡରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ