Friday, July 10, 2026
27.6 C
Odisha

    ବାଲିଅନ୍ତା ଲିଞ୍ଚିଂ : ୪ ପୋଲିସ ଅଧିକାରୀ ନିଲମ୍ବିତ, ଦୁଇ ହୋମଗାର୍ଡଙ୍କୁ ଡିସ୍ ମିସ ନୋଟିସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାଲିଅନ୍ତା ଲିଞ୍ଚିଂ ଘଟଣାରେ ବଡ଼ ଆକ୍ସନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ  ।  ନିଲମ୍ବିତଙ୍କ ମଧ୍ୟରେ ଜଣେ ଏସଆଇ ଓ ଜଣେ ଏଏସଆଇ ଅଛନ୍ତି ।  ଆଉ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅପସାରଣ କରିବାକୁ ନୋଟିସ୍ ଜାରି ହୋଇଛି । ବାଲିପାଟଣା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି ।  ବାଲିପାଟଣା ନୂଆ ଥାନା ଅଧିକାରୀ ହେଲେ ରଶ୍ମିତା ବେହେରା  ।

    ଏପଟେ  ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ ଆରମ୍ଭ । ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡ୍‌ରେ ଡିଜି ।  ପୋଲିସ ଭବନରେ କମିସେରେଟ୍ ପୋଲିସର ସମସ୍ତ IIC ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ  ।  ବୈଠକରେ ପୋଲିସ ଡିଜିଙ୍କ ସମେତ ସିପି , ଡିସିପି ଓ ଆଡିସନାଲ ସିପି ଉପସ୍ଥିତ ।  ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ।  ଅନଲାଇନରେ ମଧ୍ୟ ଯୋଡ଼ି ହୋଇଛନ୍ତି ବିଭିନ୍ନ ଥାନାର ଆଇଆଇସି ।

    ସେପଟେ ମୃତ ସୋମ୍ୟଙ୍କ ଘରେ ପହଂଚିଛି କ୍ରାଇମବ୍ରାଞ୍ଚ । ମୃତ ସୋମ୍ୟଙ୍କ ବାପା ଓ ମା ଓ ମାମୁଁଙ୍କୁ ପଚରା ଉଚରା କରୁଛି । ଘଟଣା ଦିନ ଘରଠୁ ଆରମ୍ଭ କରି ବ୍ୟବସାୟୀକ କାରବାର ସମସ୍ତ ଦିଗକୁ ନେଇ ଯାଂଚ କରୁଛି କ୍ରାଇମବ୍ରାଞ୍ଚ । ଘଟଣାକ୍ରମର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ଓମ୍ ପ୍ରକଶକୁ ପଚରାଉଚରା । ଓମ୍ ଘରେ କ୍ରାଇମବ୍ରାଞ୍ଚ ଟିମ୍ ର ଖୋଳତାଡ । ଓମ୍ ହିଁ ଆରମ୍ଭରୁ ଶେଷ ଯାଏଁ ଘଟଣା ସ୍ଥଳରେ ଥିଲେ । ସୋମ୍ୟଙ୍କ ସହ ଓମ୍ ଯାଇଥିଲେ ସେ ଦିନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.6 ° C
    27.6 °
    27.6 °
    83 %
    2kmh
    100 %
    Fri
    27 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ