Sunday, May 10, 2026
24.2 C
Odisha

    KIIT, KISS ଓ KIMS ପକ୍ଷରୁ ବିଶ୍ବ ମାତୃ ଦିବସ ପାଳିତ, ‘ମାଇଁ ମଦର ମାଇଁ ହିରୋ’ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଡ. ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : KIIT, KISS ଓ KIMS ପକ୍ଷରୁ ବିଶ୍ବ ମାତୃ ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ KIIT ଓ KIMS ପରିସରରେ ଥିବା ମାଇଁ ମଦର ମାଇଁ ହିରୋ ପ୍ରତିମୂର୍ତ୍ତିରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ମା’ ନୀଳିମାରାଣୀଙ୍କ ସ୍ମୃତିଚରଣ କରି କିଟ୍ ବିଶ୍ବବିଦ୍ୟାଳୟ ଉପକୁଳପତି ଡା ସିବିକେ ମହାନ୍ତି କହିଲେ ଦାରିଦ୍ର୍ୟ ମଧ୍ୟରେ ଥାଇ ମଧ୍ୟ ନୀଳିମାରାଣୀ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର କରିଥିଲେ ।

    ସେହି ଶିକ୍ଷା ଓ ସଂସ୍କାର ଆଜି କିଟ, କିସ ଓ କିମସ ମାଧ୍ୟମରେ ପ୍ରତିଫଳିତ ହୋଇଛି । ପ୍ରତ୍ଯେକ ମାଆଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତି ବର୍ଷ ମେ ଦ୍ବିତୀୟ ରବିବାରକୁ ବିଶ୍ବ ମାତୃ ଦିବସ ଭାବେ ପାଳନ କରାଯାଇ ଆସୁଛି । ପ୍ରତ୍ଯେକ ପିଲା ସବୁବେଳେ ଭାବିବା ଉଚିତ ଯେ ମା ପାଇଁ ଆଜି ସେ ବଡ ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡା. ଆର .ସି ଦାସ, କିମସ ମେଡ଼ିକାଲ ଅଧିକ୍ଷକ ଡା. ମାନସ ବେହେରା, ଗ୍ରୁପ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସମେତ କିଟ କିସ ଓ କିମସ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    71 %
    5.5kmh
    58 %
    Sun
    30 °
    Mon
    38 °
    Tue
    38 °
    Wed
    41 °
    Thu
    42 °

    ସମ୍ବନ୍ଧିତ