ବ୍ରହ୍ମପୁର : ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା । କେଉଁଠୁ ଆସିଲା ଏତେ ଟଙ୍କା ? ED ଚଢ଼ାଉ ବେଳେ ବିଡ଼ା ବିଡ଼ା ଟଙ୍କାରେ ଭର୍ତ୍ତି ଲକ୍କର ଜବତ କରିଛି । ତାକୁ ନେଇ ଚାଲିଛି ଛାନଭିନ୍ । ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଇଡି ଚଢାଉ କରୁଛି । ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ED ରେଡ। ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁରରେ ଚାଲିଛି ରେଡ୍ । ଲାଞ୍ଜିପଲି, କନିଷି, ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ମଧ୍ୟ ଚଢାଉ ।
ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସରେ ଚାଲିଛି ରେଡ୍ । ବେଆଇନ ବାଲି କରବାରର ପର୍ଦାଫାଶ ପାଇଁ ବାଲି ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି । ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି ସରକାରଙ୍କୁ ଦେବାକୁ ବାକି ଅଛନ୍ତି ବେପାରୀ । ଏଥିପାଇଁ ବ୍ରହ୍ମପୁର ବ୍ରହ୍ମାନଗରର ବାଲି ବେପାରୀ କୃପାସିନ୍ଧୁ ମୁଦୁଲିଙ୍କ ଘର ସମେତ ବିଶ୍ୱଜିତ ପାତ୍ର, ସଚିନ ପାଢ଼ୀ, ଶିବ ପଣ୍ଡା ଙ୍କ ଘର ଉପରେ ହୋଇଛି ଚଢ଼ାଉ । ସେହିପରି ଶେରଗଡ଼ର ହୃଷିକେଶ ପାଢ଼ୀ ଓ ଖାରିଆ ପଂଚାୟତ ର ଭଗବାନ ସାହୁଙ୍କ ଘରେ ବି ହୋଇଛି ରେଡ୍ ।

