Tuesday, December 16, 2025
27.5 C
Odisha

    ବାଲେଶ୍ବରରେ ମାତିଛନ୍ତି ଲୁଟେରା, ୨ଟି ସ୍ଥାନରୁ ଲୁଟ୍ ଅଭିଯୋଗ

    ଆଗକୁ ପଢନ୍ତୁ

    ସୋର  : ସାବଧାନ, ବାଲେଶ୍ବରରେ ମାତିଛନ୍ତି ଲୁଟେରା ।  ଗୋଟିଏ ରାତିରେ ସହରର ପୃଥକ ପୃଥକ ୨ଟି ସ୍ଥାନରୁ ଦୁଇ ମହିଳାଙ୍କ ଠାରୁ ଲୁଟ୍ ଅଭିଯୋଗ ।  ବାଲେଶ୍ୱର ଜିଲ୍ଲା ସୋର ତୁଡିଗଡ଼ିଆ ରାସ୍ତା ସରଶଙ୍ଖ ଛକରେ ଜଣେ ମହିଳାଙ୍କ ସ୍କୁଟିକୁ ୨ ଦୁର୍ବୃତ୍ତ ପିଛା କରି ଅଟକାଇଥିଲେ ।  ପରେ ମହିଳାଙ୍କ ଗାଲକୁ ଚାପୁଡ଼ା ମାରି ମୋବାଇଲ ଓ ୫ଗ୍ରାମ ସୁନାର ମଙ୍ଗଳସୂତ୍ର ଛଡ଼ାଇ ନେଇ ଚମ୍ପଟ ମାରିଛନ୍ତି ।  ମହିଳା ଜଣକ ହେଲେ ତୁଡ଼ିଗାଡ଼ିଆ ଗାଁର ବାସନ୍ତୀ ପଣ୍ଡା ।  ଲୁଟ୍ ବେଳର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି ।

    ସେହିପରି ଥାନା ରାସ୍ତାରେ ମୋବାଇଲରେ କଥା ହୋଇ ଯାଉଥିବା ବରଖୁଡି ଗ୍ରାମର ଘନ ସିଂଙ୍କ ସ୍ତ୍ରୀ ମାମିନା ହାତରୁ ମୋବାଇଲ ନେଇ ଦୁଇ ଲୁଟେରା ଚମ୍ପଟ ମାରିଛନ୍ତି  । NH ୧୬ ପୋଲିସ ପାଟ୍ରୋଲିଂ ଗାଡି ଲୁଟେରାଙ୍କ ପିଛା କରିଥିଲେ ହେଲେ ଲୁଟେରା ଖସି ପଳାଇଥିଲେ ।  ଲୁଟ୍ ବେଳେ ଦୁର୍ବୃତ୍ତଙ୍କ ହାତରୁ ଏକ ମୋବାଇଲ ଖସି ପଡ଼ିଥିଲା ।  ଯାହାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି । ଉଭୟ ମହିଳା ସୋର ଥାନାରେ ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.5 ° C
    27.5 °
    27.5 °
    26 %
    1.3kmh
    84 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    26 °

    ସମ୍ବନ୍ଧିତ