Monday, July 13, 2026
28.4 C
Odisha

    ବାସି ଭୋଜି ଖାଇ ୮ ଅସୁସ୍ଥ

    ଆଗକୁ ପଢନ୍ତୁ

    ଭଦ୍ରକ : ବାସି ଭୋଜି ଖାଇ ୮ ଅସୁସ୍ଥ । ଚିକିତ୍ସା ପାଇଁ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ । ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ମୋବାରକପୁର ଗେଙ୍ଗୁଟିଆ ଆଦିବାସୀ ସାହିରେ ଦେଖିବାକୁ ମିଳିଛି ଏପରି ଘଟଣା । ସୋମବାର ଅପରାହ୍ନରେ ସ୍ଥାନୀୟ କେତେକ ଯୁବକ ଆଦିବାସୀଙ୍କୁ ବଳକା ଭୋଜିଖାଦ୍ୟ ବିତରଣ କରିଥିଲେ । ଏହି ଭୋଜି ଖାଇ ମଙ୍ଗଳବାର ଅପରାହ୍ନରେ ଏକାଧିକ ଲୋକଙ୍କ ନାଳରକ୍ତ ଝାଡ଼ା ହୋଇଥିଲା । ଅସୁସ୍ଥ ଲୋକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସାହିର ଅର୍ଜୁନ ମୁଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଗତ ରାତିରେ ଭଣ୍ଡାରୀପୋଖରୀ ସ୍ଵାସ୍ଥ୍ୟକେନ୍ଦ୍ରର ଗୋଟିଏ ଟିମ ସାହିରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଧିରେ ଧିରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ମେଡିକାଲ୍ ଟିମ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    67 %
    1.6kmh
    100 %
    Mon
    28 °
    Tue
    30 °
    Wed
    31 °
    Thu
    32 °
    Fri
    32 °

    ସମ୍ବନ୍ଧିତ