Tuesday, August 4, 2026
27.3 C
Odisha

    ବଙ୍ଗୋପସାଗରରେ ଲଘୁଚାପ, ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସୁଛି ଲଘୁଚାପ । ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା । ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବ । ତାମିଲନାଡୁ,ପୁଡୁଚେରୀ ଏବଂକେରଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ । ଗତ ସପ୍ତାହରେ ବର୍ଷା ସମ୍ଭାବନା ଥିଲା । ବର୍ଷା ଯୋଗୁ ଭାରତ – ପାକ୍ ଟି -୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିଲା । କିନ୍ତୁ ଚଳିତ ସପ୍ତାହରେ ବର୍ଷା ହେବ କହିଛନ୍ତି ଜାସନ ନିକୋଲ୍ସ ।

    ସେପଟେ ବର୍ଷ ଶେଷ ଆଡ଼କୁ ଫେରିବ ElNino । ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (PMM) ଏବଂ ଦକ୍ଷିଣ ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (SPMM) ପରସ୍ପର ସହିତ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି । ଉଭୟ ଉଷ୍ଣତା ElNino ପାଇଁ ଏକ ଭଲ ସଙ୍କେତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    86 %
    0.9kmh
    100 %
    Tue
    28 °
    Wed
    31 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ