Wednesday, October 7, 2026
27.2 C
Odisha

    ବାସି ମୁହଁରେ ଚୋବାନ୍ତୁ ମାତ୍ର ଗୋଟିଏ ପାନ ପତ୍ର, ଶରୀରରେ ବଢ଼ିବନି କ୍ୟାନସର ସେଲ୍‌

    ଆଗକୁ ପଢନ୍ତୁ

    ଭାରତୀୟ ସଂସ୍କୃତିରେ ସାଧାରଣତଃ ପାନପତ୍ରକୁ ଶୁଭ ବୋଲି କୁହାଯାଏ। କୌଣସି ଶୁଭ କାର୍ଯ୍ୟ ହେଲେ ଘରେ ଏହି ପତ୍ରକୁ ବ୍ୟବହାର କରାଯାଏ।  ଯେକୌଣସି ପୂଜା, ବିବାହ କିମ୍ବା ଯେକୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଉ, ପ୍ରତ୍ୟେକ ଶୁଭ ଅବସରରେ ପାନ ପତ୍ର ବ୍ୟବହାର କରାଯାଏ। ବିଜ୍ଞାନ ଏବଂ ଆୟୁର୍ବେଦ ମଧ୍ୟ ଏହାର ଗୁଣକୁ ସ୍ୱୀକାର କରନ୍ତି। ଏହାର ପତ୍ରରେ ଥିବା ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରେ।

    ଆମେରିକୀୟ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ପାନ ପତ୍ରରେ ପ୍ରାକୃତିକ ଭାବରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଇମ୍ଫେ୍ଲମାଟ୍ରି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି।

    ଅନେକ ଗବେଷଣାରେ ଏହା ଜଣାପଡିଛି ଯେ ପାନପତ୍ର କିଛି ପରିମାଣରେ କ୍ୟାନସର ସେଲ ଶରୀରରେ ବଢ଼ାଇବାକୁ ଦେବନି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏବଂ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ।

    ସେହିପରି ଏହାକୁ ଶତାବ୍ଦୀ ଧରି ଥଣ୍ଡା, କାଶ, ଗଳା ଯନ୍ତ୍ରଣା ଏବଂ ପାଟି ଦୁର୍ଗନ୍ଧ ଭଳି ସାଧାରଣ ସମସ୍ୟାରେ ଆୟୁର୍ବେଦରେ ବ୍ୟବହାର କରାଯାଇଆସୁଛି।

    ପାଚନ : ପାନନତ୍ର ପାଚନ ପ୍ରକ୍ରିୟା ଉନ୍ନତ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। କାରଣ ଏହା ପେଟର ଏସିଡିଟି ନିୟନ୍ତ୍ରଣ କରେ ଏବଂ ଗ୍ୟାସ୍ କିମ୍ବା ବଦହଜମୀ ଭଳି ସମସ୍ୟାକୁ କମ କରେ।

    ପାଟି ଦୁର୍ଗନ୍ଧ  : ପାନ ପତ୍ର ଚୋବାଇଲେ ପାଟି ଦୁର୍ଗନ୍ଧ ଦୂର ହୁଏ। ଶ୍ୱାସକୁ ସତେଜ କରେ, କାରଣ ଏହାର ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ପାଟିରେ ଥିବା ଜୀବାଣୁକୁ ହ୍ରାସ କରେ।

    ଏହି ଗୁଣ ଖାଦ୍ୟ ପରେ ପାନକୁ ଏକ ପ୍ରାକୃତିକ ମୁଖ ସତେଜକାରୀ କରିଥାଏ।

    ଫ୍ରି ରାଡିକାଲ୍ସ  : ପାନ ପତ୍ରରେ ମିଳୁଥିବା ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରେ ଏବଂ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀର କରେ।

    ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ପାନପତ୍ର ବାସି ମୁହଁରେ ଚୋବାଇ ଖାଇଲେ ଏହା ଶରୀରକୁ ଅନେକ ଲାଭ ଦେଇଥାଏ। ଜୀବନ ଥିବା ଯାଏଁ କ୍ୟାନସର ପାଖ ମାଡ଼ିବନି। ଶରୀରରେ କ୍ୟାନସର ସେଲ ବଢ଼ିବନି। ଶରୀର ପୁରା କ୍ୟାନସର ମୁକ୍ତ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ