Wednesday, October 7, 2026
27.2 C
Odisha

    ପିତୃଦୋଷରୁ ମୁକ୍ତି ପାଇବାର ଜାଣନ୍ତୁ ମହାଉପାୟ

    ଆଗକୁ ପଢନ୍ତୁ

    ପିତୃଦୋଷ କଥା ଶୁଣିଲେ ସାଧରଣତଃ ସମସ୍ତଙ୍କ ମନ ଭିତରେ ଏକ ପ୍ରକାରର ଭୟ ସୃଷ୍ଟି ହୁଏ । ତେବେ କଣ ଏହି ପିତୃଦୋଷ, କାହିଁକି ଏହା ଏତେ ଗୁରୁତ୍ବପୂର୍ଣ୍ଣ।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣନ୍ତ କିମ୍ବା ଅଜାଣନ୍ତରେ ହେଉ, ଯଦି ଘରର ପିତୃ ପୁରୁଷ କେହି ପିଣ୍ଡପାଣି ପାଉ ନଥାନ୍ତି, ତେବେ ଏହାକୁ ପିତୃଦୋଷ କୁହାଯାଏ। ଜାଣନ୍ତୁ ଏହା କେତେ ଗୁରୁତ୍ବପୂର୍ଣ୍ଣ। ଅନେକ ପଣ୍ଡିତଙ୍କ ମତରେ ଯଦି ଆପଣଙ୍କ ଘରେ ପିତୃଦୋଷ ରୁହେ ତେବେ ଆପଣ କେବେ ସମୃଦ୍ଧଶାଳୀ ହୋଇ ପାରିବେ ନାହିଁ । ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ବାଧା ବିଘ୍ନ ଆସିଥାଏ, ଯାହା ଯୋଗୁଁ ଜୀବନରେ ସବୁବେଳେ ଅଶାନ୍ତି ଲାଗି ରହେ।

    ପିତୃଦୋଷ ହେଉଛି ଏକ ଦୋଷ ଯାହା ଲୋକଙ୍କୁ ଆର୍ଥିକ, ମାନସିକ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ କଷ୍ଟ ଦିଏ। ଏପରିକି ସନ୍ତାନ ସୁଖର ଅଭାବ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପିତୃ ପକ୍ଷ ସମୟରେ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଅନେକ ଉପଚାର ଅଛି, ଯାହା କରାଯାଇପାରିବ।

    ପିତୃଦୋଷରୁ ମୁକ୍ତି ପାଇବା ପାଇଁ, ସର୍ବଦା ଆପଣଙ୍କ ପୂର୍ବପୁରୁଷଙ୍କ ଶ୍ରାଦ୍ଧ କର୍ମ ଠିକ ସମୟ ଅନୁସାରେ କରନ୍ତୁ। ସେମାନଙ୍କ ତିଥିରେ ଶ୍ରାଦ୍ଧ ଏବଂ ତର୍ପଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହା ସହିତ, ପିତୃପକ୍ଷ ସମୟରେ ଜଣେ ବ୍ରାହ୍ମଣଙ୍କୁ ଆପଣଙ୍କ ଘରକୁ ନିମନ୍ତ୍ରଣ କରନ୍ତୁ ଏବଂ ତାଙ୍କୁ ସମ୍ମାନର ସହିତ ଭୋଜନ କରାନ୍ତୁ।

    ପିତୃପକ୍ଷ ସମୟରେ, ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ଏବଂ ପିତୃ ଦୋଷରୁ ମୁକ୍ତି ପାଇଁ, ପ୍ରତି ମାସର ଅମାବାସ୍ୟା ତିଥିରେ ପୂର୍ବପୁରୁଷଙ୍କ ନାମରେ ଦାନ କରନ୍ତୁ। ପ୍ରତ୍ୟେକ ଅମାବାସ୍ୟା ତିଥିରେ ପୂର୍ବପୁରୁଷଙ୍କ ନାମରେ ନିୟମିତ ଧାର୍ମିକ କାର୍ଯ୍ୟ କରିବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ରହିଥାଏ।

    ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଓସ୍ତ ଗଛ ପୂଜା କରନ୍ତୁ। ଓସ୍ତ ଗଛକୁ ପୂର୍ବପୁରୁଷଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶନିବାର ଏବଂ ଅମାବାସ୍ୟା ତିଥିରେ ଓସ୍ତ ଗଛରେ ଜଳ ଅର୍ପଣ କରନ୍ତୁ। ଆପଣଙ୍କ ଭୁଲ ପାଇଁ ପୂର୍ବପୁରୁଷଙ୍କଠାରୁ କ୍ଷମା ମାଗନ୍ତୁ।

    ପିତୃ ଦୋଷ ନିର୍ବାଣ ପାଇଁ, ଗୟା, ହରିଦ୍ୱାର, ବାରାଣାସୀ କିମ୍ବା ତ୍ରୟମ୍ବକେଶ୍ୱର ଭଳି ତୀର୍ଥସ୍ଥଳକୁ ଯାଆନ୍ତୁ। ଏହି ସ୍ଥାନଗୁଡ଼ିକରେ ତର୍ପଣ, ପିଣ୍ଡଦାନ ଏବଂ ଶ୍ରାଦ୍ଧ କରିବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ