Tuesday, September 29, 2026
30.1 C
Odisha

    ବାୟୁପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ କଟକଣା ; ନଭେମ୍ବର ୧ରୁ ହେବ କାର୍ଯ୍ୟକାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର କଟକଣା ଘୋଷଣା କରିଛନ୍ତି। ଆଗାମୀ ନଭେମ୍ବର ୧ରୁ ଏହି କଟକଣାକୁ କାର୍ଯ୍ୟକାରୀ କରାଯିବ। କଟକଣାଗୁଡ଼ିକ ହେଲା ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ବିଏସ୍‌-୬ ମାନକରୁ କମ୍ ଥିବା ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ବେସରକାରୀ ଗାଡ଼ି ବ୍ୟବହାର କମ୍ କରିବା ପାଇଁ ପାର୍କିଂ ଶୁଳ୍କକୁ ଦୁଇଗୁଣ କରାଯାଇଛି। ଏହା ନଭେମ୍ବର ୧ ରୁ ୨୦୨୭ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ବୈଧ ‘ପ୍ରଦୂଷଣ ପ୍ରମାଣପତ୍ର’ (ପିୟୁସି) ନଥିବା ଗାଡ଼ିଗୁଡ଼ିକୁ ପେଟ୍ରୋଲ ପମ୍ପରେ ଇନ୍ଧନ ମିଳିବ ନାହିଁ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦% କର୍ମଚାରୀ ଘରୁ କାମ କରିବେ ଅବଶିଷ୍ଟ ୫୦% କର୍ମଚାରୀ ଅଫିସ ଆସିବେ। ରାସ୍ତାରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ମ୍ୟୁନିସିପାଲ କର୍ପୋରେସନ ଅଫ୍ ଦିଲ୍ଲୀ (ଏମସିଡି) କାର୍ଯ୍ୟାଳୟ ସକାଳ ୮:୩୦ରୁ ଅପରାହ୍ଣ ୫:୦୦ ଏବଂ ଦିଲ୍ଲୀ ସରକାରୀ ଅଫିସ ସକାଳ ୧୦ଟାରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୧ରୁ ଜାନୁଆରୀ ୩୧, ୨୦୨୭ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଧୂଳି ସୃଷ୍ଟିକାରୀ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟ ବନ୍ଦ ରହିବ। ପ୍ରଦୂଷଣ ଅଧିକ ରହୁଥିବା ସମୟ ଅର୍ଥାତ୍ ଡିସେମ୍ବର ୧୦ରୁ ଜାନୁଆରୀ ୨୦, ୨୦୨୭ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ