Friday, October 2, 2026
22.2 C
Odisha

    ବାୟୁମଣ୍ଡଳ ଚିରି ପୃଥିବୀକୁ ପ୍ରବେଶ କରିବେ ଶୁଭାଂଶୁ ଶୁକ୍ଲା, ଧାର୍ଯ୍ୟ ହୋଇଛି ଏହି ସମୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ଫେରିବେ ଭାରତ ପୁଅ ଶୁଭାଂଶୁ ଶୁକ୍ଲା। ବିଶ୍ବ ସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଶୁଭାଂଶୁ ଏବେ ପୃଥିବୀ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିସାରିଛନ୍ତି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଗତକାଲି ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ପୃଥିବୀରେ ଅବତରଣ କରିବେ। ତାଙ୍କ ସହିତ ଆକ୍ସିଅମ-୪ ମିଶନ (ଏକ୍ସ-୪)ରେ ଯାଇଥିବା ଚାରି ଜଣିଆ ଦଳ ସୋମବାର ସନ୍ଧ୍ୟା ପ୍ରାୟ ୪:୫୦ (ଭାରତୀୟ ସମୟ)ରେ ଆଇଏସଏସକୁ ବିଦାୟ ଦେଇଥିଲେ। ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ‘ଗ୍ରେସ୍’ ଏବେ ସାଢ଼େ ୨୨ ଘଣ୍ଟାର ଯାତ୍ରା ପରେ ୧୫ ଜୁଲାଇ ମଙ୍ଗଳବାର ଦିନ ଭାରତୀୟ ସମୟ ପ୍ରାୟ ୩ଟାରେ ଆମେରିକାର କାଲିଫର୍ନିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅବତରଣ କରିବ । ଏହି ମିଶନ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ଐତିହାସିକ ଥିଲା। କାରଣ ଚାରି ଦଶନ୍ଧି ପରେ, ଏହି ଦେଶଗୁଡ଼ିକର ମହାକାଶଚାରୀମାନେ ଏକ ମାନବ ମିଶନରେ ଅଂଶଗ୍ରହଣ କରିଥିଲେ। ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ଏବଂ ଆକ୍ସିଅମ କମାଣ୍ଡର ପେଗି ହ୍ୱିଟସନ ନେଇଥିଲେ। ମଙ୍ଗଳବାର ସକାଳେ ଏକ୍ସରେ ଏକ ପୋଷ୍ଟ କରି ସ୍ପେସଏକ୍ସ କହିଛି ଯେ, ‘ଡ୍ରାଗନ୍ ସ୍ପେସକ୍ରାଫ୍ଟ ଏବଂ ଆକ୍ସିଅମ୍ ସ୍ପେସର ଆକ୍ସ-୪ ମିଶନର ଚାରି ଜଣ ମହାକାଶଚାରୀ ଭାରତୀୟ ସମୟ ଅପରାହ୍ନ ୩.୦୧ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବେ ଏବଂ କାଲିଫର୍ନିଆର ସାନ ଡିଏଗୋ ଉପକୂଳ ନିକଟରେ ଥିବା ପ୍ରଶାନ୍ତ ମହାସାଗରରେ ଅବତରଣ କରିବେ। ଡ୍ରାଗନ୍ ସ୍ପେସକ୍ରାଫ୍ଟ ଜୋରରେ ଶବ୍ଦ କରି ବା ଗର୍ଜନ କରି ନିଜର ଆଗମନ ବିଷୟରେ ଜଣାଇବ।’ ସ୍ପେସକ୍ରାଫ୍ଟ ଉଚ୍ଚ ବେଗରେ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଜୋରରେ ଶବ୍ଦ ଉତ୍ପନ୍ନ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ