Friday, March 6, 2026
35.1 C
Odisha

    ବାୟୁସେନାର ସୁଖୋଇ-୩୦ ବିମାନ କ୍ରାଶ୍, ପାଇଲଟଙ୍କର ମିଳି ପାରିନାହିଁ ପତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ବାୟୁସେନାର ସୁଖୋଇ-୩୦ ବିମାନ କ୍ରାଶ୍ । ଆସାମରେ  କାଲି ସନ୍ଧ୍ୟାରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ବିମାନଟି ଯୋରହାଟ ଏୟାରବେସରୁ ଏକ ପ୍ରଶିକ୍ଷଣ ଉଡ଼ାଣ ପାଇଁ ବାହାରିଥିଲା । ମାତ୍ର ସନ୍ଧ୍ୟା ପ୍ରାୟ ୭:୪୨ ସମୟରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ଏକ ପାହାଡ଼ିଆ ତଥା ଜଙ୍ଗଲିଆ ଅଞ୍ଚଳରେ ବିମାନଟି ଖସିପଡ଼ିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏକ ବଡ଼ ଧରଣର ବିସ୍ଫୋରଣ ଏବଂ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ।

    ବର୍ତ୍ତମାନ ସୁଦ୍ଧା ବିମାନର ଭଙ୍ଗା ଅଂଶ ମିଳିସାରିଛି । କିନ୍ତୁ ପାଇଲଟ୍ ଙ୍କର କୌଣସି ପତ୍ତା ମିଳିନାହିଁ । ବାୟୁସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଯୋରହାଟରୁ ପ୍ରାୟ ୬୦ କିମି ଦୂର ଚୋକିହୋଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବିମାନଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳକୁ ବାୟୁସେନା ଏବଂ ଜରୁରୀକାଳୀନ ଟିମ୍ ପଠାଯାଇଛି । ସୁଖୋଇ ବିମାନରେ ଦୁଇଜଣ ବସିବାର ବ୍ୟବସ୍ଥା ଥାଏ । ନିଖୋଜ ପାଇଲଟ୍ ମାନଙ୍କୁ ଖୋଜିବା ପାଇଁ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଛି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ ବିମାନଟି ନିର୍ଦ୍ଧାରିତ ସମୟରେ ଫେରିନଥିଲା । ଯାହା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    12 %
    3.5kmh
    0 %
    Fri
    36 °
    Sat
    37 °
    Sun
    37 °
    Mon
    38 °
    Tue
    39 °

    ସମ୍ବନ୍ଧିତ