Wednesday, August 19, 2026
28.3 C
Odisha

    ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି : ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ । ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ରିଏମ୍ସ ଇଷ୍ଟିଟ୍ୟୁଚରୁ ଆସିଛି ଏଭଳି ସଂଘାତିକ ଅଭିଯୋଗ ।

    ବିଇଡି କୋର୍ସ ସରିବାକୁ ବର୍ଷେ ପୂରିବା ପରେ ବି ସାର୍ଟିଫିକେଟ ପାଇ ନଥିବା କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଆନ୍ଧ୍ରରେ ଥିବା ବିଇଡି କଲେଜକୁ ଯୋଗାଯୋଗ କରିବାରୁ ଟଙ୍କା ମିଳିଲେ ସାର୍ଟିଫିକେଟ ଦିଆଯିବ ବୋଲି କହୁଛନ୍ତି କର୍ତ୍ତୃପକ୍ଷ। ତେବେ ଛାତ୍ରଛାତ୍ରୀ ସମସ୍ତ କୋର୍ସ ଫି ଦେଇସାରିଛନ୍ତି । ୧ ଲକ୍ଷ ୫୦ ହଜାର ଏବଂ ସାର୍ଟିଫିକେଟ ନାଁରେ ୧୦ ହଜାର ଟଙ୍କା ଦଲାଲ ନେଇଥିବା ବେଳେ କଲେଜକୁ ଟଙ୍କା ଦେଉନଥିବାରୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି । ପ୍ରତିବାଦ କରି ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଅଂଚଳର ୨୦ରୁ ଅଧିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ମିଡିଲମ୍ୟାନ୍ ପତିତପାବନଙ୍କୁ ପଚରାଉଚରା କରି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    81 %
    4.6kmh
    81 %
    Wed
    29 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ