Tuesday, June 16, 2026
38.6 C
Odisha

    ଆସିଲା ବଡ଼ ନିୟମ, ସ୍କୁଲ୍ ପିଲାଙ୍କୁ ଲିପଷ୍ଟିକ୍ ମନା

    ଆଗକୁ ପଢନ୍ତୁ

    କେରଳ : କେରଳ ସରକାର ସ୍କୁଲ୍ ପିଲାଙ୍କ ପାଇଁ ଏବେ ବଡ଼ ଘୋଷଣା କରିଛନ୍ତି । ସ୍କୁଲ୍ ପିଲାଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନା କରାଯାଇଥିବା ସୂଚନା ମିଳିଛି । ସ୍କୁଲ୍ କ୍ୟାମ୍ପସରେ କସମେଟିକ୍ସ ଫ୍ରି କରିବାକୁ କେରଳର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

    ସୂଚନାନୁଯାୟୀ, କେରଳ କୋଲ୍ଲାମ ଜିଲ୍ଲାରେ ଲାଗିଛି ଏହି କଟକଣା । କେରଳର ବିଭିନ୍ନ ଜିଲ୍ଲାରେ ଛୋଟ ପିଲାଙ୍କ ମଧ୍ୟରେ କ୍ୟାନ୍ସର ବଢ଼ିବା ନେଇ ସତର୍କ କରାଇଥିଲା । ଫଳରେ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଥିବା ବିପଦ ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି । କେରଳ ରାଜ୍ୟ ଶିଶୁ କଲ୍ୟାଣ କମିଟି ରାଜ୍ୟର ସ୍କୁଲଗୁଡ଼ିକୁ ଲିପଷ୍ଟିକ୍ ମୁକ୍ତ କ୍ୟାମ୍ପସ୍ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏହାକୁ ନେଇ ଅଭିଭାବକ ଏବଂ ଶିକ୍ଷକ ସମସ୍ତେ ଆଲୋଚନା କରୁଛନ୍ତି । ପିଲାମାନଙ୍କ ମହଙ୍ଗା ମେକଅପ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ସେମାନଙ୍କ ମାନସିକ ଏବଂ ଶାରୀରିକ ବିକାଶକୁ କ୍ଷତି ପହଞ୍ଚାଇଥାଏ । ଏଥିସହ କମିଟି କହିଛି ଯେ, ପିଲାମାନେ କୌଣସି ଫ୍ୟାଶନ ଶୋରେ ସାମିଲ ହେବାକୁ ଆସୁନାହାଁନ୍ତି ବରଂ ସ୍କୁଲକୁ ପାଠ ପଢ଼ିବାକୁ ଆସୁଛନ୍ତି । କେରଳର ୱାୟାନାଡ ଜିଲ୍ଲାର ଶିଶୁ କଲ୍ୟାଣ କମିଟି ଏହି ମାମଲାରେ ପଦକ୍ଷେପ ନେବା ସହିତ DGEଙ୍କୁ ଏକ ସରକାରୀ ଚିଠି ପଠାଇଛି । ରାଜ୍ୟର ସମସ୍ତ ସ୍କୁଲରେ କସମେଟିକ୍ ଜିନିଷ, ବିଶେଷକରି ଲିପଷ୍ଟିକ୍ ଏବଂ ଅଧିକ ମେକଅପ୍ ବ୍ୟବହାରକୁ ତୁରନ୍ତ ନିଷେଧ କରାଯିବା ଉଚିତ ବୋଲି କମିଟି ଚିଠିରେ ଉଲ୍ଲେଖ କରିଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସ୍କୁଲ ନିକଟରେ ଥିବା ଦୋକାନଗୁଡ଼ିକର ଯାଞ୍ଚ କରିବାକୁ ସୁପାରିଶ କରିବା ସହ ଦେଶବ୍ୟାପୀ ଏହି ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇ ଏକ ରିପୋର୍ଟ ଦାଖଲ କରିସାରିଛି ।

    ଅନ୍ୟପଟେ ଅନେକ ଅଭିଭାବକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବାବେଳେ କିଛି ପିଲାମାନେ ଏବଂ ସାମାଜିକ କର୍ମୀଙ୍କ ଏକ ଗୋଷ୍ଠୀ ଏହାକୁ ପୁରୁଣା ଚିନ୍ତାଧାରା ବୋଲି କହି ବିରୋଧ କରୁଛନ୍ତି । କେରଳ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିବେ କି ନାହିଁ ଏବଂ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଏହାକୁ ଆଇନଗତ ଭାବରେ ଲାଗୁ କରାଯିବ କି ନାହିଁ ତାହା କେବଳ ଦେଖିବାକୁ ବାକି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.6 ° C
    38.6 °
    38.6 °
    30 %
    2.1kmh
    72 %
    Tue
    40 °
    Wed
    42 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ