Monday, March 30, 2026
33.2 C
Odisha

    ବିଏସଏନ୍‌ଏଲ୍‌-ଟାଟା ବୁଝାମଣା: ବଢ଼ାଇପାରେ ଜିଓ, ଏୟାରଟେଲ ଚିନ୍ତା

    ଆଗକୁ ପଢନ୍ତୁ

    ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ପେକ୍‌ଟ୍ରମ ନିଲାମ ଚାଲିଥିଲା ବେଳେ ସେପଟେ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି। ଯାହା ଉପଭୋକ୍ତା ମହଲରେ ଅସନ୍ତୋଷ ଆଣିବା ସହିତ ସେମାନଙ୍କୁ ଚିନ୍ତିତ ମଧ୍ୟ କରିଛି। ବିଶେଷକରି ଦେଶର ଦୁଇ ପ୍ରମୁଖ ଟେଲିକମ୍‌ ଅପରେଟର ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି। ବିଗତ କିଛି ଦିନ ମଧ୍ୟରେ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ବ୍ୟବହାରକାରୀମାନେ ସର୍ବାଧିକ ସଂଖ୍ୟାରେ ସେମାନଙ୍କ ସେମାନଙ୍କ ନମ୍ବର ବିଏସଏନଲକୁ ପୋର୍ଟ କରିଥିବା ଦେଖାଯାଇଛି। ପୂର୍ବରୁ ବିଏସଏନଏଲ ଏବଂ ଟିସିଏସ୍‌ ମଧ୍ୟରେ ହୋଇଥିବା ବୁଝାମଣା ଗ୍ରାହକମାନଙ୍କ ପାଇଁ ଉପଯୋଗୀ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହେବା ପରେ ଟେଲି ଉପଭୋକ୍ତାମାନେ ବିଏସଏନଏଲ ସେବା ପ୍ରତି ଢଳୁଥିବା କୁହାଯାଇଛି।

    ଉଲ୍ଲେଖଯୋଗ୍ୟ ଯେ, ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ଏବଂ ବିଏସଏନଏଲ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଟିସିଏସ୍‌ ଦେଶର ୪ ଭାଗରେ ବୃହତ ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛି। ଏଥିପାଇଁ ୧୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବା ସହିତ ଟିସିଏସ ଏବଂ ବିଏସଏନଏଲ ମିଳିତ ଭାବେ ଦେଶର ୧୦୦୦ ଗାଁରେ ୪ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବେ।ଏହାଦ୍ବାରା ଆଗାମୀ ଦିନରେ ଉପଭୋକ୍ତାମାନଙ୍କୁ ଅପେକ୍ଷାକୃତ ରିଆତି ମୂଲ୍ୟରେ ଦ୍ରୁତ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କୁହାଯାଉଛି। ସାଂପ୍ରତିକ ସ୍ଥିତିରେ ଇଣ୍ଟରନେଟ୍‌ର ଆବଶ୍ୟକତା ସବୁ କ୍ଷେତ୍ରରେ ବଢିବାରେ ଲାଗିଥିଲା ବେଳେ ଏଥିପାଇଁ ଡାଟା ଚାହିଦା ମଧ୍ୟ ଅନୁରୂପ ରହିଛଇ। ଯାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଏୟାରଟେଲ ୪ଜି ଇଣ୍ଟରନେଟ୍ ସେବା ଉପରେ ପ୍ରାଧାନ୍ୟ ବିସ୍ତାର କରି ମନମାନୀ କରିବା ଆରମ୍ଭ କରିଛନ୍ତି। କିନ୍ତୁ ବିଏସଏନଏଲ ପକ୍ଷରୁ ଟିସିଏସ୍‌ ସହାୟତାରେ ଯଦି ଉନ୍ନତ ଏବଂ ଦ୍ରୁତ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଯାଏ ତେବେ ଏହା ଉଭୟ ଜିଓ ଏବଂ ଏୟାରଟେଲ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ଟିସିଏସ୍‌ ପକ୍ଷରୁ ଦେଶର ୪ ଭାଗରେ ଚାରୋଟି ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଯାହାକି ୪ଜି ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ। ଏହାସହିତ ଡାଟା ବଜାରରେ ମଧ୍ୟ ତୀବ୍ର ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବିତା ଆଣିବାରେ ସହାୟକ ହେବ। ଯାହାର ସୁଫଳ ଉପଭୋକ୍ତା ମହଲରେ ପ୍ରତିଫଳିତ ହେବ। ସାରା ଦେଶର ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ଭାବେ ବିଏସଏନଏଲର ୯୦୦୦ ରୁ ଅଧିକ ୪ଜି ନେଟୱାର୍କ ରହିଛି। ଏହାକୁ ଏକ ଲକ୍ଷ ସଂଖ୍ୟାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ବେଳେ ଆଗାମୀ ଦିନରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ଗ୍ରାହକମାନଙ୍କ ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ