Tuesday, March 31, 2026
25.7 C
Odisha

    ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଗସ୍ତ ଶେଷ କରିବା ପରେ ସେ ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ ମହାମହିମ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ‌ଦିବସରେ ଯୋଗ ଦେଇଥିଲେ। ବିଦେଶରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରିଥିଲେ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ  ଅଭିଭାଷଣ ଦେଇ କହିଥିଲେ, ପ୍ରବାସୀ ଭାରତୀୟମାନେ ସମଗ୍ର ବିଶ୍ବରେ ମାନ ଟେକ ରଖିଛନ୍ତି। ପ୍ରବାସୀ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇପାରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ଆପଣମାନଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି। ବରଂ ନିୟୁତ ନିୟୁତ ଲୋକ ଆପଣମାନଙ୍କୁ ଆଦର୍ଶ ମାନୁଛନ୍ତି। ବିକଶିତ ଭାରତ ନିର୍ମାଣରେ ଆପଣମାନଙ୍କ ସହଯୋଗ ଜରୁରୀ। ଭାରତ ସରକାର ଏନ୍‌ଆରଆଇମାନଙ୍କ ପାଇଁ ବହୁତ ଯୋଜନା କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ‌ର ଉଦ୍‌ଯାପନୀ ଦିବସରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ