Friday, October 9, 2026
22.7 C
Odisha

    ବିଜେଡିରେ ସାମିଲ ହେଲେ ସୁଜାତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ସୁଜାତା । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା । ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ସୁଜାତା ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ଆଉ ଏକ ବଡ଼ କଥା ନବୀନ କହିଛନ୍ତି ଯେ, ମୋ ନେତୃତ୍ୱରେ ୨୦୨୯ରେ ନିର୍ବାଚନ ଲଢ଼ିବ ବିଜେଡି । ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ ଆଗାମୀ ନିର୍ମାଚନ ନବୀନଙ୍କ ନେତୃତ୍ବରେ ଦଳ ଲଢିବ ।

    ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀମାନେ ମଧ୍ୟ ବିଜେଡି ବୈଠକରେ ଉପସ୍ଥିତ ଥିଲେ । ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ନବୀନଙ୍କ ନିଷ୍ପତ୍ତି କ୍ରମେ ବିଜେଡିରେ ସାମିଲ ହୋଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ସୁଜାତା । ଶଙ୍ଖ ଭବନରେ ଭବ୍ୟ ଆୟୋଜନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ