Thursday, October 8, 2026
22.7 C
Odisha

    ୧୮ଟି ମନ୍ଦିର ଓ ମଠରୁ ଚୋରି

    ଆଗକୁ ପଢନ୍ତୁ

    କାକଟପୁର : ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା । ଗତ ୬ ମାସ ମଧ୍ୟରେ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ୧୮ଟି ମନ୍ଦିର ଓ ବିଭିନ୍ନ ମଠରୁ ଚୋରି ହେଲାଣି। ଚୋରି ଘଟଣା ଘଟିଥିବା ସତ୍ତ୍ୱେ ଅପରାଧୀମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ଶିଶୁଅ ପଞ୍ଚାୟତର ହରିଶହଦେବ ମନ୍ଦିରରୁ ଲୁଟ ହୋଇଛି । ପ୍ରାୟ ତେରଶହ ଗ୍ରାମର ରୁପା ମୁକୁଟ, ପିତ୍ତଳ ହଣ୍ଡା, ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ିଛି । ଏଥିସହ ଲୋକମାନେ ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ମନ୍ଦିରଗୁଡ଼ିକର ସୁରକ୍ଷା ବଢ଼ାଇବାକୁ ଦାବି କରିଛନ୍ତି।ଯାହାକୁ ନେଇ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରୁ ଲୋକଙ୍କର ଆସ୍ଥା ତୁଟିବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ