Monday, October 5, 2026
21.7 C
Odisha

    ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଘୋଷଣା

    ଆଗକୁ ପଢନ୍ତୁ

    ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ପ୍ରତିଥର ପରି ଏଥର ମଧ୍ୟ ବିଜେଡିର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ରହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥି ସହିତ ବିଜେଡିର ଦ୍ବିତୀୟ ଷ୍ଟାର କ୍ୟାମ୍ପେନର ତାଲିକାରେ କାର୍ତ୍ତିକ ପାଣ୍ଡିଆନ ଓ ତାଲିକାର ତୃତୀୟ ସ୍ଥାନରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରହିଛି। ସେହିପରି ବିଜୁ ଜନତା ଦଳର ଷ୍ଟାର କ୍ୟାମ୍ପେନର ତାଲିକାରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚନ୍ଦ୍ରଶେଖର ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପକେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ, ସଞ୍ଜୟ କୁମାର ଦାଶବର୍ମା, ପଦ୍ମନାଭ ବେହେରା, ପ୍ରଦୀପ କୁମାର ଅମାତ, ଏନ୍‌.ଭାଷ୍କର ରାଓ, ସୁବାସ ସିଂ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହନ୍ତ, ମୁନା ଖାନ୍‌, ସୁଲତା ଦେଓ, ରବିନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ, ସୁଶାନ୍ତ ସିଂ, ପ୍ରତିରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ଚିରଞ୍ଜୀବି ବିଶ୍ବାଳ, ରମେଶ ଚନ୍ଦ୍ର ମାଝୀ, ସୁଧୀର କୁମାର ସାମଲ,ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରୀମୟୀ ମିଶ୍ର, ଏସ୍‌କେ ନିଜାମୁଦ୍ଦିନ, ଇଶ୍ବର ପାଣିଗ୍ରାହୀ, ଅମରେଶ ଜେନା ଓ ଏଲିନା ଦାଶ ସ୍ଥାନ ପାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ