Monday, May 6, 2024
41.1 C
Odisha

    ବିଜେପିକୁ ଭରସା ଓଡ଼ିଶା ସମେତ ୬ଟି ରାଜ୍ୟ । ୪୦୦ ପାର୍ ଲକ୍ଷ୍ୟ ହାସଲ ପାଇଁ ୧୯୩ ଆସନ ଗୁରୁତ୍ୱପୂର୍ଣ୍ଣ

    ଆଗକୁ ପଢନ୍ତୁ

    ଦେଶରେ ସରିଛି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏଥର ୪୦୦ ପାରର ନାରା ଦେଇ ତୃତୀୟ ଥର କ୍ଷମତା ବଜାୟ ରଖିବାକୁ ପ୍ରୟାସ କରୁଛି ବିଜେପି । ହେଲେ ରାଜନୀତି ସମୀକ୍ଷକଙ୍କ ମତରେ, ମୋଦୀଙ୍କୁ ଏହି ମହତ୍ୱାକାଂକ୍ଷୀ ସଂଖ୍ୟା ଛୁଇଁବା ପାଇଁ ୬ଟି ରାଜ୍ୟ ନିର୍ଣ୍ଣାୟକ ହୋଇପାରେ । ଓଡିଶା ସମେତ ଏହି ୬ ରାଜ୍ୟରେ ୧୯୩ ସିଟରେ…
    ମହାରାଷ୍ଟ୍ର- ୪୮
    ପଶ୍ଚିମବଙ୍ଗ- ୪୨
    ବିହାର- ୪୦
    କର୍ଣ୍ଣାଟକ- ୨୮
    ଓଡି଼ଶା- ୨୧
    ଝାଡ଼ଖଣ୍ଡ- ୧୪
    କୁହାଯାଉଛି ୪୦୦ ପାରର ନାରା ଦେଇଥିବା ବିଜେପି, ତୃତୀୟଥର ପାଇଁ କ୍ଷମତା ବଜାୟ ରଖିବାକୁ ହେଲେ ୬ଟି ରାଜ୍ୟ ହୋଇପାରେ ନିର୍ଣ୍ଣାୟକ । କାରଣ ଏହି ରାଜ୍ୟଗୁଡିକରେ ରହିଛି ମୋଟ୍ ୧୯୩ଟି ଲୋକସଭା ଆସନ । ହିନ୍ଦି ହାର୍ଟଲ୍ୟାଣ୍ଡ କୁହାଯାଉଥିବା ଉତର ଭାରତାୟ ରାଜ୍ୟଗୁଡିକରେ ବିଜେପି ସ୍ଥିତି ଭଲ ରହିଛି । ତଥାପି ୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାୱା ଯୋଗୁଁ କିଛି ଆସନ ହରାଇପାରେ ବିଜେପି । ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପି ଆଜିଯାଏ ଆଖିଦୃଷିଆ ପ୍ରଦର୍ଶନ କରିପାରି ନାହିଁ । ତେଣୁ ରାଜନୀତି ସମୀକ୍ଷକଙ୍କ ମତରେ ୬ଟି ରାଜ୍ୟର ୧୯୩ ଆସନରେ ବିଜେପିର ପ୍ରଦର୍ଶନ ମୋଦୀଙ୍କ କ୍ଷମତା ବଜାୟ ରଖିବାରେ ନିର୍ଣ୍ଣାୟକ ଭୂମିକା ନେବ ।

    ବିଜେପି ଜିତିଥିଲା କେତେ?
    ୨୦୧୪ ୨୮୨ ସିଟ
    ୨୦୧୯ ୩୦୩ ସିଟ
    ମୋଦୀ ବିରୋଧୀ ଭୋଟ କେତେ?
    ୨୦୧୯
    ବିଜେପି ୩୮% ଭୋଟ
    ଏନଡିଏ ୪୫% ଭୋଟ
    ବିରୋଧୀ ୧୦୦-୪୫ = ୫୫% ଭୋଟ

    ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେହେରା ସାମ୍ନାକୁ ଆଣିବା ସହ ଗୁଜରାଟ୍ ମଡେଲର କଥା କହି ୨୮୨ ଆସନ ଜିତି ପାରିଥିଲା ବିଜେପି । ୨୦୧୯ରେ ପ୍ରବଳ ମୋଦୀ ହାୱା ସତ୍ୱେ ମାତ୍ର ୨୧ଟି ଆସନ ବଢାଇବାକୁ ସମର୍ଥ ହେଲା । ବିଜେପି ସମେତ ଏନଡିଏ ମେଂଟ ୩୫୨ ଆସନ ସହ ୪୫ ପ୍ରତିଶତ ଭୋଟ୍ ପାଇଥିବାବେଳେ ବିରୋଧୀଙ୍କ ଖାତାକୁ ଯାଇଥିଲା ୫୫ ପ୍ରତିଶତ ଭୋଟ୍ । ଏଥର ବିଜେପି ଖାତାରେ ୬୭ ଆସନ କିମ୍ବା ସହଯୋଗୀଙ୍କ ଖାତାରେ ୪୮ ଆସନ ଯୋଡିବା ଏତେ ସହଜ ହୋଇନପାରେ । ୨୦୧୯ରେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ କରି ଜନମତକୁ ପ୍ରଭାବିତ କରିବାରେ ସମର୍ଥ ହୋଇଥିଲା ବିଜେପି । ଜାତୀୟତାକୁ ପୁଞ୍ଜି କରି ଆଗକୁ ବଢିବା ପାଇଁ ଏଥର ବିଜେପି ପାଖରେ ରହିଛି କେବଳ ରାମମନ୍ଦିର ପ୍ରସଙ୍ଗ । ଯାହା ଦ କ୍ଷିଣରେ ଫେଲ ମାରିବା ଆଶଙ୍କା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.1 ° C
    41.1 °
    41.1 °
    15 %
    1.9kmh
    30 %
    Mon
    42 °
    Tue
    41 °
    Wed
    40 °
    Thu
    40 °
    Fri
    40 °

    ସମ୍ବନ୍ଧିତ