Friday, October 9, 2026
30.5 C
Odisha

    ବିଜେଡି ପ୍ରାର୍ଥୀ ତାଲିକାରେ ପୁଣି ମହିଳାଙ୍କୁ ଗୁରୁତ୍ବ

    ଆଗକୁ ପଢନ୍ତୁ

    ବିଜେଡି ପ୍ରାର୍ଥୀ ତାଲିକାରେ ପୁଣି ମହିଳାଙ୍କୁ ଗୁରୁତ୍ବ। ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ୬ ମହିଳା। ମୋଟ ୯ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ମହିଳା ପ୍ରାର୍ଥୀ ଅଛନ୍ତି। ଘୋଷିତ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ ହୋଇଛନ୍ତି ଲକ୍ଷ୍ମୀପ୍ରିୟା ନାୟକ। ସେହିପରି ପଦମପୁରରୁ ପ୍ରାର୍ଥୀ ହୋଇଛନ୍ତି ବର୍ଷା ସିଂ ବରିହା। ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରାର୍ଥୀ ହୋଇଛନ୍ତି। ଅନୁଗୁଳରୁ ସଂଯୁକ୍ତା ସିଂ ପ୍ରାର୍ଥୀ ହୋଇଥିବାବେଳେ ଜୟପୁରରୁ ପ୍ରାର୍ଥୀ ହୋଇଛନ୍ତି ଇନ୍ଦିରା ନନ୍ଦ।

    ପୂର୍ବରୁ ବିଜେଡି ୨୧ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଆଜି ଆଉ ୬ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବର୍ତ୍ତମାନ ଘୋଷଣା ହୋଇଥିବା ମୋଟ ୧୨୬ ଆସନ ମଧ୍ୟରୁ ମୋଟ ୨୭ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ