Wednesday, May 1, 2024
43.6 C
Odisha

    ଶ୍ରୀରାମଙ୍କ ମସ୍ତକରେ ସୂର୍ଯ୍ୟକିରଣ

    ଆଗକୁ ପଢନ୍ତୁ

    ଆଜି ପବିତ୍ର ରାମନବମୀ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଜନ୍ମୋତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ଏକ ଅଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀରାମଙ୍କ ମସ୍ତକରେ ପଡିଛି ସୂର୍ଯ୍ୟକିରଣ। ଅଯୋଧ୍ୟାରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ମସ୍ତକାଭିଷେକ କରିଛନ୍ତି ଏହି ସୂର୍ଯ୍ୟ କିରଣ । ରାମଲାଲାଙ୍କ ମସ୍ତକରେ ୫ ମିନିଟ ଯାଏଁ ସୂର୍ଯ୍ୟଙ୍କ କିରଣ ପଡିଛି। ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ । ଠିକ୍ ସେହି ସମୟରେ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି।

    ସୂଚନା ଅନୁୟାୟୀ, ରାମ ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଛି ଆପ୍ଟୋ ମେକାନିକାଲ ସିଷ୍ଟମ । ଯେଉଁଠୁ ଦର୍ପଣ ଉପରେ ପଡୁଥିବା ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଭର୍ଟିକାଲ ପାଇପ ଜରିଆରେ ଆସି ରାମଲାଲାଙ୍କ ମସ୍ତକରେ ପଡିଛି । ଏଥିପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିଲା । ତେବେ ରାମଲାଲାଙ୍କ ମସ୍ତକରେ ପାଖାପାଖି ୫ ମିନିଟ ଧରି ପଡ଼ିଛି ସୂର୍ଯ୍ୟକରଣ । ଏହି ଗୋଲାକାର ତିଲକର ଆକାର ୭୫ ମିଲିମିଟର ରହିବ । ରାମ ମନ୍ଦିର ଗର୍ଭଗୃହରେ ସୂର୍ଯ୍ୟ କିରଣ ପହଞ୍ଚାଇବା ନେଇ ଗତ ୧୫ ଦିନ ଧରି ଜୋରସୋରରେ ପ୍ରସ୍ତୁତି ଚାଲିଥିଲା । ଏଥିରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ରୁରକିର ବୈଜ୍ଞାନିକମାନେ ନିୟୋଜିତ ରହିଥିଲେ। ସୂର୍ଯ୍ୟକିରଣ ପାଇଁ ରିଫ୍ଲେକ୍ଟର, ଦୁଇଟି ଦର୍ପଣ, ତିନୋଟି ଲେନ୍ସ ଏବଂ ଭର୍ଟିକାଲ ପାଇପ ଯୋ ଗେ ମାର୍ଗ ପରିବର୍ତ୍ତନ ନେଇ ସଫଳ ପରୀକ୍ଷଣ କରାଯାଇଥିଲା । ପ୍ରଥମେ ତୃତୀୟ ମହଲାରେ ଏକ ରିଫ୍ଲେକ୍ଟର ବକ୍ସ ଲଗାଯାଇଛି। ଯାହା ମୁଖ୍ୟ ଲେନ୍ସ ଭାବେ କାମ କରିବ । ବିନା ବିଦ୍ୟୁତରେ ଏହା ୧୯ ଗିୟରରେ କାମ କରିବ ବୋଲି ସୂଚନା ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.6 ° C
    43.6 °
    43.6 °
    15 %
    5.4kmh
    7 %
    Wed
    43 °
    Thu
    43 °
    Fri
    44 °
    Sat
    43 °
    Sun
    45 °

    ସମ୍ବନ୍ଧିତ