Saturday, October 3, 2026
28.9 C
Odisha

    ବିଜେପିରେ ଯୋଗ ଦେଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସୁସଂଗଠକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୭/୦୪: ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସଭାପତି ଏବଂ ସୁସଂଗଠକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ(ଅର୍ଜୁନ) ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବ୍ୟକ୍ତିକେନ୍ଦ୍ରୀକ ରାଜନୈତିକ ଦଳ ପାଲଟିଛି ବିଜେଡି । ଅନ୍ୟ ପଟେ ବିଜେପିର ରାଷ୍ଟ୍ରବାଦୀ ବିଚାରଧାରାରେ ପ୍ରଭାବିତ ହୋଇଛି । ମୋଦି ଗ୍ୟାରେଂଟିରୁ ବଂଚିତ ରଖାଯାଉଥିବା ଓଡିଶାବାସୀ ଓ ବିଶେଷ ଭାବେ ନବରଙ୍ଗପୁର ଜିଲ୍ଲାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେପିରେ ଯୋଗ ଦେଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
    ସେହିପରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପୂର୍ବତନ ସରପଂଚ ତଥା ଯୁବ କଂଗ୍ରେସ ଉପସଭାପତି ଶ୍ରୀ ଇନ୍ଦ୍ରଜିତ୍ ଦାସ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଦାସଙ୍କ ସମେତ ଚନ୍ଦ୍ରଶେଖର ମହାନ୍ତି, ଚିତରଞ୍ଜନ ଦାସ, ଶୁଭମ ସାମଲ, ଜ୍ଞାନରଞ୍ଜନ ବେହେରା, ସୁଶାନ୍ତ ଜେନା, ଇନ୍ଦ୍ରଜୀତ୍ ବେହେରା, ସଞ୍ଜୟ ରାଉଳ, ରଞ୍ଜିତ ବେହେରା, ହିମାଂଶୁ ଖଟୁଆ, ବିନାୟକ ଓଝା, ଅକ୍ଷୟ କୁମାର ମାଝୀ, କଂଗେସ କର୍ମୀ ଗୋବିନାଥ ବେହେରା, ଶ୍ରୀକାନ୍ତ ବେହେରା, ପବିତ୍ର ମାଝୀ, ସୌମ୍ୟରଞ୍ଜନ ପାଣିଗ୍ରାହୀ, ପ୍ରଦୀପ କୁମାର ପାତ୍ର, ପବିତ୍ର ପାବନ ଦାସ, ସୁବାଷ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ଶତପଥୀ, ସୁଧାଂଶୁ କୁମାର ସାମଲ, ବିକ୍ରମ ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ସାମଲ, ସପନ କୁମାର ଦାସ, ସୁଜିତ୍ ପତି ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।
    ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ବରିଷ୍ଠ ନେତା ଅଶୋକ ମିଶ୍ର, ଯାଜପୁର ଜିଲ୍ଲା ସଭାପତି ତଥା ଯାଜପୁର ବିଧାୟକ ପ୍ରାର୍ଥୀ ଗୈାତମ ରାୟ, ମହେଶ ମହାନ୍ତି ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ