Saturday, July 27, 2024
24.6 C
Odisha

    ଏଥର ମଧ୍ୟ ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ସହ କଣ୍ଟାବାଞ୍ଜି ବିଧାନସଭା ଆସନରେ ପ୍ରାର୍ଥୀ ହେଲେ ନବୀନ

    ଆଗକୁ ପଢନ୍ତୁ

    ସମସ୍ତଙ୍କୁ ଚମକେଇ ଦେଇଛି ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସାମ୍ନାକୁ ଆସିଲା ବିଜେଡି ସୁପ୍ରିମୋଙ୍କ ପଶ୍ଚିମ ପ୍ଲାନ । ୨୦୧୯ ଭଳି ୨୪ରେ ମଧ୍ୟ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ପ୍ରତିଦ୍ୱନ୍ଦିତା କରିବେ ନବୀନ । ତେବେ ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବଲାଙ୍ଗୀର ସମେତ ବରଗଡ ଓ କଳାହାଣ୍ଡି ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଆଶା ରଖିଛି ଦଳ ।

    ୨୦୧୯ ଭଳି ଏଥର ମଧ୍ୟ ନିଜ ପାରମ୍ପରିକ ଆସନ ସହ ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ । ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ ଲୋକସଭା ଜିତିଥିଲା ବିଜେପି । କିନ୍ତୁ ୩୫ ବିଧାନସଭା ମଧ୍ୟରୁ ୨୩ ଆସନରେ ବାଜି ମାରିଥିଲା ବିଜେଡି । ତେଣୁ ଏଥର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ପଶ୍ଚିମ ଓଡ଼ିଶା ସମୀକରଣକୁ ପ୍ରଭାବିତ କରିବ ବୋଲି ଦଳ ଆଶା ରଖିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାକୁ ବିଜେପିର ଗଡ଼ ବୋଲି କୁହାଯାଏ । ମୁଖ୍ୟମନ୍ତ୍ରୀ ମଇଦାନକୁ ଓହ୍ଲାଇଲେ ଅଙ୍କ ବଦଳିବା ସମ୍ଭାବନା ବଢ଼ିଯିବ ବୋଲି କୁହାଯାଉଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଅନ୍ୟ ବିଧାନସଭାରେ ନଲଢ଼ି, କଣ୍ଟାବାଞ୍ଜିକୁ କାହିଁକି ବାଛିଲେ ମୁଖ୍ୟମନ୍ତ୍ରୀ?

    • ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ଼ ଲୋକସଭା କ୍ଷେତ୍ର ସହ ଲାଗିରହିଛି କଣ୍ଟାବାଞ୍ଜି
    • ତେଣୁ ପଶ୍ଚିମ ଓଡ଼ିଶାର ଏକ ବଡ଼ ଭାଗ ଉପରେ ରହିବ ବିଜେଡିର ଫୋକସ
    • ପଶ୍ଚିମ ଓଡ଼ିଶା ନିର୍ବାଚନ ମଇଦାନରେ ବିଜେଡି ସୁପ୍ରିମୋ ଓ ସାଙ୍ଗଠନିକ ସଂପାଦକ
    • ସମ୍ବଲପୁର ଲୋକସଭା କ୍ଷେତ୍ର ଉପରେ ମଧ୍ୟ ପଡିବ ପ୍ରଭାବ
    • ସୀମାନ୍ତ ରାଜ୍ୟ ଛତିଶଗଡ଼ରେ ରହିଛି ବିଜେପି ସରକାର
    • ଛତିଶଗଡ଼ ବିଜେପି ନେତାଙ୍କୁ ଚେକ୍ ଦେବା ସହଜ ହେବ

    କଣ୍ଟାବାଞ୍ଜିରେ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଘୋଷଣା ପରେ ପଶ୍ଚିମ ଓଡ଼ିଶା ବିଜେଡି ଶିବିର ଉତ୍ସାହିତ ଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ । ତେବେ ପୁଣିଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇ ରାଜନୀତିରେ ବଡ଼ ଗୋଟିଚାଳନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ଲଢ଼େଇ ଜୋରଦାର ହେବାର ବାର୍ତ୍ତା ଦେବା ସହ ବିଜେପି ଶିବିରରେ ହଲଚଲ ସୃଷ୍ଟି କରିଛନ୍ତି ନବୀନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ