Wednesday, February 11, 2026
19.4 C
Odisha

    ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

    ଆଗକୁ ପଢନ୍ତୁ

    ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପି ଟିକେଟରୁ ଲଢି ବିଧାୟକ ହୋଇଥିଲେ । ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଛାଡିବା ପରେ ବିଧାୟକ ସୁକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ଦଳରେ ନୀତିନୈତିକତା ବୋଲି କିଛି ନାହିଁ । ଦଳରେ ଅଣଦେଖା କରାଯିବାରୁ ଦଳ ଛାଡିଲି । ସୁକାନ୍ତ ପୂର୍ବରୁ ଅର୍ଥାତ ୨୦୧୪ରେ ବିଜେଡିରୁ ନୀଳଗିରି ବିଧାୟକ ହୋଇଥିଲେ । ପରେ ସେ ପୁଣି ୨୦୧୯ରେ ବିଜେପିରେ ଯୋଗଦେଇ ବିଧାୟକ ହୋଇଥିଲେ । ବର୍ତ୍ତମାନ ତାଙ୍କ ଇସ୍ତଫା ନିଶ୍ଚିତ ଭାବରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । କାରଣ ଉତ୍ତର ଓଡ଼ିଶାରେ ବିଜେପିକୁ ବାଏ ବାଏ କାରିବା ଦଳ ପ୍ରତି ଏହା ବେସ ପ୍ରଭାବ ପକାଉଛି । ଠିକ ନିର୍ବାଚନ ବୈତରଣୀ ପାର ହେବା ବେଳେ ନୌକା ଛାଡିଦେଉଛନ୍ତି ନାଉରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    31 %
    2.1kmh
    1 %
    Wed
    19 °
    Thu
    32 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ