Thursday, September 19, 2024
25.2 C
Odisha

    ବିଜେପି ସରକାର ସାମାଜିକ ସଂଗଠନର ବିକାଶ ପାଇଁ ଯତ୍ନବାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ସାମାଜିକ ସଂଗଠନ, ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ସାମାଜିକ ସଂଗଠନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ରଶ୍ମୀରଞ୍ଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଯୋଗ ଦେଇ ଓଡିଶାର ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ବିଜେପି ହେଉଛି ଜନତାଙ୍କ ଦଳ । ବିଜେପି ସରକାର ଏକ ଜନମଙ୍ଗଳକାରୀ ସରକାର । ଲୋକଙ୍କ ସ୍ୱାର୍ଥ ପାଇଁ ଏବଂ ଦେଶର ବିକାଶ ପାଇଁ ଆମ ରାଜ୍ୟର ଲୋକେ ବହୁ ସଂଖ୍ୟାରେ ବିଜେପିରେ ସାମିଲ ହୋଇ ରାଷ୍ଟ୍ର ଗଠନରେ ନିଜ ଅବଦାନ ରଖିବେ, ତାହା ସ୍ପଷ୍ଟ ଅନୁମେୟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ରାଜ୍ୟ ସଦସ୍ୟତା ଅଭିଯାନର ସହପ୍ରଭାରୀ ଶ୍ରୀଯୁକ୍ତ ଅଶୋକ ମିଶ୍ର ଯୋଗ ଦେଇ ସଦସ୍ୟତା ଅଭିଯାନର ବିଭିନ୍ନ ବିନ୍ଦୁ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ସାମାଜିକ ସଂଗଠନ ବିକଶିତ ଓଡିଶା ତଥା ପୂର୍ବୋଦୟର କର୍ଣ୍ଣଧାର ଅଟନ୍ତି ବୋଲି ମତ ରଖିଥିଲେ । “ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ବିଭିନ୍ନ ସାମାଜିକ ସଂଗଠନ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ । ବିଜେପି ସରକାର ସାମାଜିକ ସଂଗଠନର ବିକାଶ ପାଇଁ ଅତ୍ୟନ୍ତ ଯତ୍ନବାନ ଅଟନ୍ତି । ୨୦ରୁ ୨୫ ହଜାର ନୂତନ ସଭ୍ୟ ସଂଗ୍ରହ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସାମାଜିକ ସଂଗଠନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ କାନୁନଗୋ କହିଥିଲେ ।
    ଏହି କର୍ମଶାଳାରେ ବିଜେପି ନେତା ଅଯୋଧ୍ୟା ଶତପଥି ଓ ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନର ଶତାଧିକ କର୍ମକର୍ତାମାନେ ଯୋଗଦେଇ କର୍ମଶାଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ