Saturday, March 21, 2026
32.6 C
Odisha

    ବିଦେଶରୁ ଆସିବ ନିବେଶ, ୧୭ରୁ ଚାରି ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ୧୭ରୁ ଚାରି ଦିନିଆ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଶିଳ୍ପମନ୍ତ୍ରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯିବେ। ସିଙ୍ଗାପୁରରେ ବଡ଼ ବଡ଼ ପୁଞ୍ଜିନିବେଶକାରୀଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ ଦେବେ। ସେପଟେ ବାତାବରଣ ଠିକ ନଥିବା ଯୋଗୁଁ ଚୁକ୍ତି କରିଥିବା ବଡ଼ ଶିଳ୍ପ ଅନୁଷ୍ଠାନ ଓଡ଼ିଶାରେ ପ୍ରକଳ୍ପରୁ ଓହରିଯିବା ଆରମ୍ଭ କଲେଣି । ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବିଜେଡି କହିଛି।

    ଓଡ଼ିଶାକୁ ପୁଞ୍ଜି ଆଣିବା ପାଇଁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୭ରେ ଚାରି ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ । ତାଙ୍କ ନେତୃତ୍ବରେ ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି। ଓଡ଼ିଶାରେ କଣ କଣ ନିବେଶ ପାଇଁ ସୁଯୋଗ ରହିଛି ? ସେସମ୍ପର୍କରେ ସିଙ୍ଗାପୁରର ବଡ଼ ବଡ଼ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିବେ। ନଭେମ୍ବର ୧୯ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରୋଡ ସୋ ସହ ଇଣ୍ଟରଆକ୍ଟିଭ ସେସନ ମଧ୍ୟ ରହିଛି।

    ଏଥିରେ ପ୍ରବାସୀ ଓଡ଼ିଆଙ୍କ ସମେତ ବଡ଼ ବଡ଼ ପୁଞ୍ଜିନିବେଶକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର ସମ୍ଭାବନା ରହିଛି। ଗସ୍ତ ଅବସରରେ ସେମାନେ ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାଲ ରିଜିଅନ, ଟୁଆସ ପୋର୍ଟ, ଆଇଟିଇଇଏସ ଆଦି ଅଞ୍ଚଳ ବୁଲି ଦେଖିବେ। ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତକୁ ସ୍ବାଗତ କରିଛି ବିଜେଡି। ଯେଉଁ ଶିଳ୍ପ ସଂସ୍ଥାମାନେ ସରକାରଙ୍କ ସହ ଚୁକ୍ତିବଦ୍ଧ ଅଛନ୍ତି ସେମାନେ କେମିତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବେ ସେ ଦିଗରେ ଅନୁକୂଳ ବାତାବରଣ ସୃଷ୍ଟି କରନ୍ତୁ। ଅନୁକୂଳ ବାତାବରଣ ସହ ବିଶ୍ୱାସ, ନୀତି ନୈତିକତା ଠିକ କରନ୍ତୁ ବୋଲି ବିଜେଡି କହିଛି।
    ଆସନ୍ତା ବର୍ଷ ଜାନୁଆରୀରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ହେବ। ତା ପୂର୍ବରୁ ଦିଲ୍ଲୀ, ମୁମ୍ବାଇରେ ରୋଡ ସୋ କରି ବଡ ବଡ ପୁଞ୍ଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଓଡିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବିଭିନ୍ନ ସୁଯୋଗ ବିଷୟରେ ଅବଗତ କରାଇବା ସହ ସେମାନଙ୍କୁ ଉତ୍କର୍ଷ ଓଡିଶାକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ରାଜ୍ୟ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ