Monday, September 28, 2026
29.4 C
Odisha

    ବିଦ୍ୟୁତ ଆଘାତରେ ମା’-ପୁଅ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ବିଦ୍ୟୁତ ଆଘାତରେ ୨୨ ବର୍ଷୀୟ ମହିଳା ଏବଂ ତାଙ୍କ ୨ ବର୍ଷର ପୁଅର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

    ସୂଚନାଯୋଗ୍ୟ, ବାଂଶପାଳ ବ୍ଲକ ବାଂଶପାଳ ବଜାରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଥାନୀୟ ବାଂଶପାଳ ବଜାରର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ (୨୩) ଓ ୨ ବର୍ଷର ଶିଶୁପୁତ୍ର (ଶୁଭ୍ରଜିତ ବେହେରା)ଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଶାନ୍ତିଲତା ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

    ଆଜି ସକାଳ ସାଢେ଼ ୧୦ଟା ବେଳେ କଳ୍ପନା ମହାକୁଡ଼ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରଟି ଲୁଗା ଶୁଖାଉଥିବା ତାର ସହିତ ରଷ୍ଟ ହୋଇ ବିଦୁତ୍ ସଂସ୍ପର୍ଶରେ ଲାଗିଯାଇଥିଲା। ଫଳରେ କଳ୍ପନାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ପାଖରେ ଥିବା ୨ ବର୍ଷର ଶିଶୁ ପୁତ୍ର ମାର ଚିତ୍କାର ଶୁଣି ମାଙ୍କୁ ଛୁଇଁଥିଲା। ଫଳରେ ଘଟଣା ସ୍ଥଳରେ ମା ଓ ଶିଶୁ ପୁତ୍ରର ମୃତ୍ୟ ଘଟିଥିଲା। ଏହି ସମୟରେ ଶାଶୂ ଶାନ୍ତିଲତା ପାଖକୁ ଯାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ମଧ୍ଯ ବିଦ୍ୟୁତ ଆଘାତ ଲାଗିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ