Monday, September 28, 2026
29.4 C
Odisha

    ସୁରକ୍ଷା ଦାବିରେ ରାଜଧାନୀରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀରେ ଆମ ବସ୍ ସେବା ଠପ୍। ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି। ସରକାର ସୁରକ୍ଷା ଯୋଗାଇଦେଲେ ପୁଣି ବସ୍ ଚଳାୁଳ ସ୍ବାଭାବିକ ହେବ ବୋଲି ଆନ୍ଦୋଳନରତ କର୍ମଚାରୀ କହିଛନ୍ତି। ଏଣେ ରାଜଧାନୀରେ ଆମ ବସ୍ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ