Sunday, July 27, 2025
25.2 C
Odisha

    ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି । ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦଳର ମୋଟ ୧୪ ବିଧାୟକଙ୍କ ଭିତରୁ ତାରା ବାହିନୀପତି ଏବଂ ରମେଶ ଜେନାଙ୍କ ବ୍ୟତୀତ ବାକି ସମସ୍ତ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ନିଲମ୍ବିତ ହୋଇଛନ୍ତି । କହିରଖୁଛୁ ସରକାରୀ ଦଳ ମୁଖ୍ୟ ସଚେତକ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ । ଅନ୍ୟପଟେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏହାକୁ ନିନ୍ଦା କରି ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    87 %
    1.6kmh
    100 %
    Sun
    26 °
    Mon
    29 °
    Tue
    24 °
    Wed
    25 °
    Thu
    31 °

    ସମ୍ବନ୍ଧିତ