Wednesday, October 14, 2026
28.9 C
Odisha

    ବିଏସଏନଏଲର ସୁପର ଅଫର: ଗୋଟିଏ ଫୋନ ରିଚାର୍ଜରେ ଚାଲିବ ୩ଟି ଫୋନ୍

    ଆଗକୁ ପଢନ୍ତୁ

    ବିଏସଏନଏଲ ଆଣିଲା ଧମକେଦାର୍ ଅଫର୍। ଏବେ ମାତ୍ର ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍। ମିଳିବ ଅନଲିମିଟେଡ ଇଣ୍ଟରନେଟ ଆଉ ଭଏସ କଲ୍। ଯଦି ଆପଣ ବିଏସଏନଏଲ ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଖୁସି ଖବର। କାରଣ ବିଏସଏନଏଲରେ ଥିବା ଅଫରରେ ଆପଣ ମାତ୍ର ଗୋଟିଏ ରିଜାର୍ଜ କରିବେ, ମାତ୍ର ତିନିଟା ଫୋନରେ ଅନଲିମିଟେଡ ଡାଟା ଓ କଲ୍‌ର ମଜା ଉଠାଇ ପାରିବେ। ଜିଓ, ଏୟାରଟେଲ, ଭିଆଇ ଭଳି ଘରୋଇ କମ୍ପାନୀ ସହିତ ପ୍ରତିଯୋଗିତା କରିବା ପାଇଁ ଏବେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଆଣିଛି ଏହି ଜବରଦସ୍ତ ଫ୍ୟାମିଲ ପ୍ଲାନ୍ ଅଫର୍।ବିଏସଏନଏଲର ପୋଷ୍ଟପେଡ ଉପଭୋକ୍ତାମାନେ ଏହି ଅଫରର ଆନନ୍ଦ ଉଠାଇ ପାରିବେ। ଯଦି ଆପଣଙ୍କର ପରିବାରରେ ତିନି ଜଣ ସଦସ୍ୟ ଅଛନ୍ତି, ତେବେ ଆପଣଙ୍କୁ ୯୯୯ ଟଙ୍କାର ଗୋଟିଏ ରିଜାର୍ଜ କରିବାକୁ ପଡ଼ିବ। ଆଉ ଏଥିରେ ପରିବାରର ତିନି ଜଣଙ୍କ ନମ୍ବର ଯୋଡ଼ା ଯାଇପାରିବ। ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ରିଜାର୍ଜରେ ତିନି ଜଣ ଡାଟା ଓ ଭଏସ୍ କଲ୍ ବ୍ୟବହାର କରିପାରିବେ। ଆଉ ପରିବାରର ବିଭିନ୍ନ ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ରିଜାର୍ଜର ଆବଶ୍ୟକତା ନାହିଁ।

    ବିଏସଏନଏଲର ଏହି ପ୍ଲାନରେ ଗ୍ରାହକମାନଙ୍କୁ ମୋଟ୍ ୩୦୦ ଜିବି ଲେଖାଏଁ ଡାଟା ମିଳିବ। ଅର୍ଥାତ୍ ପ୍ରତି ଉପଭୋକ୍ତା ୭୫ ଜିବି ଲେଖାଏଁ ଡାଟା ବ୍ୟବହାର କରିପାରିବେ। ଏହା ବ୍ୟତୀତ ସମସ୍ତ ଉପଭୋକ୍ତାଙ୍କ ପାଇଁ ଫ୍ରୀ କଲିଂ, ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ କରିବାର ସୁବିଧା କରିବ କମ୍ପାନୀ। ଏହି ଅଫର୍ ସମ୍ପର୍କରେ ବିଏସଏନଏଲ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି। ଆପଣ ଏହି ଯୋଜନାର ଲାଭ, କମ୍ପାନୀର ଅଫିସିଆଲ୍ ୱେବ୍ ସାଇଟ୍ ଏବଂ BSNL self app ମାଧ୍ୟମରେ ନେଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ