Saturday, March 21, 2026
27.7 C
Odisha

    ବିଧାନସଭାରେ ’ଓଡ଼ିଆ ଅସ୍ମିତା ତାତି’ : ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇଲେ ବିରୋଧୀ

    ଆଗକୁ ପଢନ୍ତୁ

    ରାଜ୍ୟ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଦେଖାଦେଇଛି ଓଡ଼ିଆ ଅସ୍ମିତା ତାତି। ଆଜି ଅପରାହ୍ନରେ ଗୃହ ଆରମ୍ଭରୁ ପୁଣି ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଛନ୍ତି। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ପ୍ରଥମାର୍ଦ୍ଧରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ଗୃହରେ ଦାବି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। ଏଥି ସହ କଂଗ୍ରେସ ବିଧାୟକମାନେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ଗୃହର ଅଚଳାବସ୍ଥାକୁ ଦେଖି ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

    ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଲେ । ହେଲେ ତଦନ୍ତ କରାଗଲାନି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମାଡ ଖାଇଥିବା ଓଡ଼ିଆ ଏଏସ୍‌ଓ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ତାଙ୍କୁ ବଦଳି କରିଦିଆଗଲା । ଏଏସଓଙ୍କୁ ମାଡମାରିବା ପରେ ବି ନ୍ୟାୟ ମିଳୁନି । ଘଟଣାରେ ଆଇନମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲ୍ଲାପାଳ ତଦନ୍ତ କରନ୍ତି କି ବୋଲି ପ୍ରଶ୍ନ କରିଛ୍ତି ପ୍ରମିଳା । ଯଦି ଜିଲ୍ଲାପାଳ ତଦନ୍ତ କରୁଛନ୍ତି ତାହେଲେ ଏସ୍‌ପି ଓ ଆଇଆଇସି କୁଆଡେ ଗଲେ ? ଏଏସଓଙ୍କୁ କି ପ୍ରକାର ସୁରକ୍ଷା ଓ ନ୍ୟାୟ ଦିଆଯାଇଛି ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ । ଓଡ଼ିଆ ଅସ୍ମିତାର କଥା କହି ଆସିଥିବା ସରକାର କେମିତି ଓଡ଼ିଆଙ୍କୁ ସୁରକ୍ଷା ଦେଉଛି ତାହା ଜଳଜଳ ହୋଇଦିଶୁଛି । ସରକାର ରାଜ୍ୟପାଳଙ୍କ ପୁଅକୁ ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ