ତାମିଲନାଡୁ : ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଫିଲ୍ମି ଆକ୍ସନ୍ । ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ପୂର୍ବତନ ସିଏମ ଏମ. କେ. ଷ୍ଟାଲିନଙ୍କ ଭାଇରଲ୍ ହାତ ଠାରକୁ ନକଲ କରିଛନ୍ତି । ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ତାମିଲନାଡୁ ରାଜନୀତିରେ ପୁଣି ଦେଖିବାକୁ ମିଳିଛି ହାଇ-ଭୋଲ୍ଟେଜ୍ ଡ୍ରାମା । ଏଥର କୌଣସି ସିନେମା ପରଦାରେ ନୁହେଁ, ବରଂ ବିଧାନସଭା ଗୃହ ଭିତରେ ନିଜର ସିନେମାଟିକ ଅନ୍ଦାଜ୍ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ।
ଭାଷଣ ଶେଷ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ଏକ ଚର୍ଚ୍ଚିତ ଭାଇରାଲ ହାତ ଇସାରାକୁ ନକଲ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେବା ସହ ଡିଏମକେ (DMK) ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ତାମିଲନାଡୁ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ପୂର୍ବତନ ଡିଏମକେ ସରକାର ଉପରେ ଦୁର୍ନୀତି ଏବଂ ନିଶାଦ୍ରବ୍ୟ ନିୟନ୍ତ୍ରଣରେ ବିଫଳତାକୁ ନେଇ କଡ଼ା ପ୍ରହାର କରିଥିଲେ । ଏଥି ସହିତ ବିରୋଧୀ ଦଳ ଦ୍ୱାରା ତାଙ୍କ ଦଳ ଟିଭିକେ (TVK) ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ ।
ବିଜୟ ବାଚସ୍ପତିଙ୍କ ଅନୁମତି ନେଇ ହାତରେ ଏକ ସିନେମାଟିକ ଠାର କରିଥିଲେ, ଯାହା ଠିକ୍ ଷ୍ଟାଲିନଙ୍କ ସବୁ ଶେଷ ଆକ୍ସନ ଭଳି ଥିଲା । ଏହାପରେ ଚେୟାରରୁ ଉଠି ତାଳି ମାରିଥିଲେ TVKର ବିଧାୟକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
