Monday, August 3, 2026
27.8 C
Odisha

    ପୁଣି ଜମିବ ସିନେମାର ମହାକୁମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ସଂସ୍କୃତିର ପେଣ୍ଠସ୍ଥଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଜମିବ ସିନେମାର ମହାକୁମ୍ଭ। ଆସନ୍ତା ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ‘ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍-୨୦୨୬’। ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଏହି ଚାରିଦିନିଆ ଚଳଚ୍ଚିତ୍ର ଉତ୍ସବରେ ଦର୍ଶକମାନେ ବିଭିନ୍ନ ଭାଷାର ଚର୍ଚ୍ଚିତ ଓ କ୍ଲାସିକ୍ ଫିଲ୍ମ ଦେଖିବାର ସୁଯୋଗ ପାଇବେ।

    ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡ଼ିଆ ସିନେମାର ଗୌରବମୟ ସୃଷ୍ଟି ‘ଲକ୍ଷ୍ମୀ’, ‘ମାଗୁଣିର ଶଗଡ଼’ ଓ ‘ଅମଡା ବାଟ’ ପରି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହାଛଡ଼ା ବଙ୍ଗଳା, ମଲୟାଲମ, ଆସାମୀ ଓ ମରାଠୀ ଭାଷାର ବହୁ ପ୍ରଶଂସିତ ଚଳଚ୍ଚିତ୍ର ମଧ୍ୟ ଏହି ଉତ୍ସବର ଆକର୍ଷଣ ସାଜିବ। ଫଳରେ ଦର୍ଶକମାନେ ଭାରତୀୟ ସିନେମାର ବିଭିନ୍ନ ଧାରା ଓ ସଂସ୍କୃତିର ଏକ ଅନନ୍ୟ ସମନ୍ୱୟ ଦେଖିବାକୁ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.8 ° C
    27.8 °
    27.8 °
    83 %
    0.4kmh
    100 %
    Mon
    29 °
    Tue
    32 °
    Wed
    31 °
    Thu
    28 °
    Fri
    28 °

    ସମ୍ବନ୍ଧିତ