Thursday, August 13, 2026
27.5 C
Odisha

    ବିଧାନସଭା ଦେଖିବ ଚାଷୀ ଝଡ଼, ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭା ଦେଖିବ ଚାଷୀ ଝଡ଼ । ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ରାଜ୍ଯପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହେବ । ଗତକାଲି ବିରୋଧୀ-ଶାସକ ରଣନୀତି ପ୍ରସ୍ତୁତ କରିଛନ୍ତି । ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଚାଷୀମାନେ ମଣ୍ଡିରେ ଖୋଲା ଆକାଶ ତଳେ ଶୀତ ରାତି କାଟୁଛନ୍ତି । ସରକାରଙ୍କ ଚାଷୀ ବିରୋଧୀ ମନୋଭାବ ବିରୋଧରେ ବିଧାନସଭାରେ ବିରୋଧ ପାଇଁ ବିଜେଡି ନିଷ୍ପତ୍ତି ନେଇଛି ।

    ବିଧାନସଭାରେ ଭିତରେ ପ୍ରତିବାଦ ସହିତ ସରକାରଙ୍କୁ ଘେରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ଯଦି ମଣ୍ଡିରେ ଚାଷୀଙ୍କ ସ୍ୱର ଶୁଣାଯାଉନାହିଁ, ତେବେ ସେହି ସ୍ୱର ବିଧାନସଭାରେ ଗର୍ଜିଉଠିବ ବୋଲି ବିଧାୟକ ମାନଙ୍କୁ ଗତକାଲି କହିଛନ୍ତି ନବୀନ । ସେହିଭଳି କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ସେପଟେ ବିରୋଧୀଙ୍କୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶାସକ ଦଳ । ବିରୋଧୀଙ୍କୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ବୋଲି ଶାସକ ଦଳ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ