Sunday, October 4, 2026
28.6 C
Odisha

    ବିନା ଅନୁମତିରେ ଛୁଟି ନେଇ ପାରିବେନି IAS

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେ ନାହିଁ ଆଇଏସ ଅଫିସର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନେକ ଅଧିକାରୀ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଉଛନ୍ତି , ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଏଭଳି ପଦକ୍ଷେପ ଆପଣାଯାଉଥିବା କଥା କୁହାଯାଉଛି । ଏନେଇ ଆଇଏସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ଚିଠିରେ ଏହା ଉଲ୍ଲେଖ କରାଯାଇଛି ଯେ, ଯେଉଁ ଆଇଏଏସ ଅଧିକାରୀମାନେ ଛୁଟି ନେବେ ସେମାନେ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ମାଗିବେ ।ତେବେ ନବୀନ ସରକାରଙ୍କ ସମୟରେ ଅନେକ ଆଇଏସ ଅଫିସର ବିଦେଶ ଗସ୍ତ କରିଥିବା ବେଳେ ସାଧାରଣ ପ୍ରଶାସନ ନିକଟରେ ଏହାର ଉତ୍ତର ନଥିଲା । ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହା ଲାଗୁ କରିବା ଦ୍ବାରା ସରକାରୀ କ୍ଷେତ୍ରରେ କିଛି ସୁଧାର ଆସିପାରିବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ