Saturday, August 1, 2026
25.7 C
Odisha

    ବିନିକା ପୋଲିସକୁ ସଫଳତା , ୫ କେଜି ଗଞ୍ଜେଇ ଜବତ

    ଆଗକୁ ପଢନ୍ତୁ

    ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଶାଳପାଳି ଛକରେ ଏକ ସ୍କୁଟି ଭିତରୁ ୫କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିଛି ବିନିକା ପୋଲିସ । ଘଟଣା କ୍ରମେ ସନ୍ଧ୍ୟା ସମୟରେ ବିନିକା ବିଶାଳ ପାଳି ଛକରେ ମୁକେଶ ନାମକ ମଧ୍ୟପ୍ରଦେଶର ଜଣେ ଯୁବକ ସ୍କୁଟି ନେଇ ବିନିକା ପଟରୁ ରାମପୁର ପଟକୁ ଯାଉଥିଲେ । ସେହି ସମୟରେ ହଠାତ୍ ଜଣେ ମୋଟରସାଇକେଲ ଆଇସ୍କ୍ରିମ୍ ବିକାଳୀ ସହ ଧକ୍କା ହୋଇଥିଲା । ଯାହା ଫଳରେ ମୁକେଶକୁ ଗଭୀର ଆଘାତ ଲାଗିଥିଲା । ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁକେଶକୁ ଡାକ୍ତର ଖାନା ନେଇ ତାହାର ଚିକିତ୍ସା କରିଥିଲେ । ଯେତେବେଳେ ମୁକେଶର ସ୍କୁଟି ପାଖକୁ ଆସିଥିଲେ ସେଥିରୁ ଗଞ୍ଜେଇ ବାସ୍ନା ଆସିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡିକୁ ଯାଞ୍ଚ କରିଥିଲେ । ଗାଡିର ସିଟ୍ ଭିତରୁ ୫କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ୍ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.7 ° C
    25.7 °
    25.7 °
    88 %
    1.6kmh
    100 %
    Fri
    25 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ