Saturday, October 10, 2026
30.1 C
Odisha

    ବିପଦ ସଂକେତ ତଳେ ସମସ୍ତ ନଦୀରେ ଜଳପତନ ; ରାଜସ୍ୱ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ରାଜ୍ୟର ସମସ୍ତ ନଦୀରେ ଜଳପତନ ବର୍ତ୍ତମାନ ବିପଦ ସଂକେତଠାରୁ ତଳେ ରହିଥିବା ନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ,କେବଳ ଜଳକା, ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

    ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନଦୀଗୁଡ଼ିକର ଜଳସ୍ତର ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଯେକୌଣସି ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି।ସେହିପରି ଗ୍ରାଉଣ୍ଡରେ ବିଭାଗୀୟ କର୍ମଚାରୀମାନେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ଓ ବଣ୍ଟନ ସମ୍ପର୍କିତ କାର୍ଯ୍ୟରେ ସେମାନେ ନିୟୋଜିତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଜଳସ୍ତର ବୃଦ୍ଧି ହେଉଥିବା ଜଳକା, ଋଷିକୂଲ୍ୟା ଓ ବଂଶଧାରା ନଦୀ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଉଛି। ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ