Sunday, September 13, 2026
23 C
Odisha

    ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୂଆ ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଆଜି ଆମ ସହଚର ପାଲଟିଛି। ଆମ ପାଖରେ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ଉପକରଣ ସବୁ ରହିଛି। ଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମଙ୍ଗଳବାର ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ଅବସରରେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ୧୯୯୯ ମହାବାତ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଯୋଗୁ ଯେଉଁ ସବୁ ମୂଲ୍ୟବାନ ଜୀବନହାନୀ ହୋଇଛି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଗତ ସପ୍ତାହରେ ଆମ ରାଜ୍ୟ ବାତ୍ୟା ‘ଦାନା’ର ସମ୍ମୁଖୀନ ହୋଇଥିଲା। ଏହି ବାତ୍ୟାରେ ୧୧ଟି ଜିଲ୍ଲାର ୬୦୦୦ରୁ ଅଧିକ ଗାଁ ଓ ସହରାଞ୍ଚଳ ପ୍ରଭାବିତ ହୋଇଥିଲା। ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ଆମେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ। ନିର୍ଭୁଲ ପ୍ରାକ ସତର୍କ ସୂଚନା ଏବଂ ବୈଷୟିକ ଜ୍ଞାନର ବ୍ୟବହାର ଦ୍ୱାରା ବିପର୍ଯ୍ୟୟ ପ୍ରବଣ ସ୍ଥାନମାନଙ୍କରେ Response Team ନିୟୋଜନକୁ ତ୍ୱରାନ୍ୱିତ କରାଯାଇଥିଲା। NDRF, ODRAF, Fire, Forest ଏବଂ Policeର ମୋଟ ୩୮୮ Response Team ନିୟୋଜିତ ହୋଇଥିଲେ। ଆମର ଲକ୍ଷ୍ୟ ଥିଲା ‘ଶୂନ୍ୟ ଜୀବନହାନୀ’। ଏହି ବାତ୍ୟାରେ ଆମେ ଆମର ଲକ୍ଷ୍ୟ ହାସଲ କରିଛୁ। ବିଗତ ୨୫ ବର୍ଷରେ ଓଡିଶା ବହୁ ବାତ୍ୟାର ସମ୍ମୁଖୀନ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ବନ୍ଦ କରିପାରିବା ନାହିଁ। ଆମେ କ୍ଷୟକ୍ଷତିକୁ କମେଇ ପାରିବା ଓ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ