Wednesday, October 7, 2026
30.3 C
Odisha

    ବିବାହର ମାତ୍ର ୩ ମିନିଟ ମଧ୍ୟରେ ଛାଡ଼ପତ୍ର ନେଲେ ଏହି ଦମ୍ପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନବ ବିବାହିତ ଯୋଡ଼ି ବିବାହର ମାତ୍ର ୩ ମିନିଟ୍‌ ମଧ୍ୟରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୁଏଟ୍‌ରେ ଏହି ନବ ବିବାହିତ ଯୋଡ଼ି କୋର୍ଟ ମ୍ୟାରେଜ୍‌ କରିଥିଲେ। ବିବାହର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ଯେତେବେଳେ ଉକ୍ତ ଦମ୍ପତି କୋର୍ଟରୁ ବାହାରିଥିଲେ, ସେତେବେଳେ କନ୍ୟାଜଣକ ଝୁଣ୍ଟି ପଡ଼ିଥିଲେ। ଏତିକିବେଳେ ନବ ବିବାହିତ ବର ତାଙ୍କୁ ମୂର୍ଖ ବୋଲି କହିଥିଲେ। ସ୍ବାମୀଙ୍କ ଏହି ବିବୃତ୍ତିକୁ କନ୍ୟାଜଣକ ସହ୍ୟ କରି ନ ପାରି କ୍ରୋଧିତ ହୋଇ ଯାଇଥିଲେ। ବହୁ ଯୁକ୍ତିତର୍କ ପରେ କନ୍ୟାଜଣକ ପୁନଶ୍ଚ କୋର୍ଟରେ ପହଞ୍ଚି ସେମାନଙ୍କ ବିବାହକୁ ରଦ୍ଦ କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କନ୍ୟାଙ୍କ ଅଭିଯୋଗ ଶୁଣି ପ୍ରଥମେ ଜଜ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ରାଜି ହୋଇ ଉକ୍ତ ବିବାହକୁ ରଦ୍ଦ କରିଥିଲେ। କୁଏଟ୍‌ ଇତିହାସରେ ଏହାକୁ ସବୁଠାରୁ ସ୍ବଳ୍ପ ସମୟ ଧରି ତିଷ୍ଟି ଥିବା ବିବାହ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ