Wednesday, October 7, 2026
30.3 C
Odisha

    ପ୍ରଥମଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ଜିତିଲା ଶ୍ରୀଲଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଥମ ଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ହାସଲ କରିଛି। ଚାମରୀ ଆଥାପଟୁ (୬୧) ଓ ହର୍ଶିଥା ସମରବିକ୍ରମା (୬୯*)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଭାରତକୁ ୮ଉଇକେଟରେ ହରାଇ ଶ୍ରୀଲଙ୍କା ଏହି କୃତିତ୍ୱ ହାସଲ କରିଛି। ଭାରତ ଦ୍ୱିତୀୟ ଥର ପାଇଁ ଏସିଆ କପ୍‌ର ୯ଟି ସଂସ୍କରଣ (ମହିଳା ଅନ୍ତର୍ଜାତୀୟ ଦିନିକିଆ ଓ ମହିଳା ଟି୨୦) ମଧ୍ୟରୁ ଦ୍ୱିତୀୟ ଥର ଫାଇନାଲରେ ପରାଜିତ ହୋଇଛି। ପୂର୍ବରୁ ଦଳ ୨୦୧୮ରେ କ୍ୱାଲାଲମ୍ପୁରଠାରେ ବାଂଲାଦେଶ ବିପକ୍ଷ ଫାଇନାଲ ମ୍ୟାଚରେ ପରାଜିତ ହୋଇଥିଲା। ଏଠାରେ ରବିବାର ଖେଳାଯାଇଥିବା ୨୦୨୪ ସଂସ୍କରଣର ଫାଇନାଲ ମ୍ୟାଚରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୧୬୭/୨ ସ୍କୋର କରି ଜିତି ନେଇଥିଲା। ଅଧିନାୟିକା ଆଥାପାଥଥୁ ତାଙ୍କ ୪୩ ବଲ୍‌ରେ ୬୧ରନର ଇନିଂସରେ ୯ ଚୌକା ଓ ଦୁଇଟି ଛକା ଲଗାଇଥିଲେ। ସେହିପରି ହର୍ଶିଥା ୫୧ ବଲ୍‌ରୁ ୬ ଚୌକା ଓ ଦୁଇ ଛକା ସହ ୬୯ରନ କରି ଅପରାଜିତ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ