Thursday, September 19, 2024
23 C
Odisha

    ବିଭୁ ନାମର ଯଥାର୍ଥତା

    ଆଗକୁ ପଢନ୍ତୁ

     

    ଜନୈକ ନାସ୍ତିକ ସ୍ଵଭାବର ବ୍ୟକ୍ତି ଈଶ୍ଵରଙ୍କ ଅସ୍ଥିତ୍ଵକୁ ବିଶ୍ଵାସ କରେ ନାହିଁ । ତା’ ମତରେ କର୍ମଫଳ ତ ଭୋଗିବାକୁ ପଡେ, ଭୋଗିବା । କର୍ମ ଆଗରେ ଈଶ୍ଵରଙ୍କର କିଛିବି କର୍ତ୍ତୃତ୍ଵ ନାହିଁ । ଈଶ୍ଵରଙ୍କ ଅସ୍ଥିତ୍ଵକୁ ସ୍ୱୀକାର କରିବା କିମ୍ବା ତାଙ୍କ ଶରଣ ପଶିବା ଦୁର୍ବଳମନାର କାମ । ତେଣୁ ସେ କେବେବି ମଠ ମନ୍ଦିର ଯାଏ ନାହିଁ କି ଠାକୁରଙ୍କୁ ପ୍ରାର୍ଥନା ସୁଦ୍ଧା ବି କରେ ନାହିଁ । ଦିନକର କଥା । ସେ ଦୂର ଗ୍ରାମକୁ କୌଣସି କାମରେ ଯାଇ ଫେରୁଥାଏ । ଅଗନା ଅଗନି ବନସ୍ତ ମଧ୍ୟରେ ଆଧୁନିକ ଗୀତ ପଦେ ଗାଇ ଗାଇ ଫେରୁଥାଏ । ହଠାତ ତାକୁ ଦୂରରୁ ବାଘର ଗର୍ଜନ ଶୁଣାଗଲା । ଧୀରେ ଧୀରେ ତାକୁ ଜ୍ଞାତ ହେଲା ଯେ ବାଘ ଏଇ ଆଖପାଖରେ କେଉଁଠି ଅଛି । ସହଜେ ଏକୁଟିଆ । ପାଖରେ ବଳ ଦେବାକୁ କିମ୍ବା ସାଥୀହେଇ ଦଉଡି ଯିବାକୁ ସୁବିଧା ନାହିଁ। ବାଘର ଭୟଙ୍କର ଗର୍ଜନ ଶୁଣି ତା ଛାତି ଥରିବାକୁ ଲାଗିଲା । ପାଖରେ ଅସ୍ତ୍ର ଶସ୍ତ୍ର ବି କିଛି ନାହିଁ ।

    ଏହି ସମୟରେ ଅଚାନକ ତା’ ସ୍ତ୍ରୀ କହିଥିବା ଗୋଟେ କଥା ତା’ର ମନେ ପଡ଼ିଗଲା । ସେ କହେ ବିପଦ ବେଳେ ଠାକୁରଙ୍କୁ ସମର୍ପଣ ମନ ନେଇ ଭକ୍ତିର ସହ ପ୍ରାର୍ଥନା କଲେ ଭଗବାନ ଉଦ୍ଧାର କରନ୍ତି । ଦୁଃଖ ସହିବାର ଶକ୍ତି ଦିଅନ୍ତି । ଆଉ ତ ଏଠି କିଛି ବି ବଳ କାମ କରୁ ନଥାଏ । ଆଉ କୌଣସି ବୁଦ୍ଧି ବାଟ ଦେଖା ନଯିବାରୁ ସେ ଈଶ୍ଵରଙ୍କୁ ପ୍ରାର୍ଥନା କରି ଚାଲିଲା । ଜଣେ ପ୍ରବକ୍ତାଙ୍କ ପ୍ରବଚନ ତା’ର ମନେ ପଡିଗଲା । ବିଭୁ, ଯିଏ ବିପଦ ଆପଦ କଷ୍ଟରୁ ମନକୁ ଭୁଲେଇ ଦିଅନ୍ତି । ବିପଦ ସମୟରେ ତାଙ୍କ ନାମ ଜପିଲେ ସେ ଉଦ୍ଧାର କରନ୍ତି । ସେଥିପାଇଁ ତାଙ୍କୁ ‘ବିଭୁ’ ବୋଲି କୁହାଯାଏ ।

    ଏମିତି ଭାବିଭାବି ଆକୁଳ ହୋଇ ପ୍ରଭୁଙ୍କ ନାମ ଜପି ଚାଲିଥାଏ ସେ । ସେତିକିବେଳେ ହଠାତ୍ ସେହି ରାସ୍ତା ଦେଇ ଗୋଟିଏ ଚାରିଚକିଆ ଗାଡି ଆସିଲା । ଗାଡି ରେ ବସିଥିବା ବ୍ୟକ୍ତି ଜଣକ ସେଠି ଗାଡି ଅଟକାଇ ତାକୁ ଉଦ୍ଧାର କଲେ । ଗାଡି ଭିତରେ ବସି ସାରିବା ପରେ ଦୁହେଁ ଦେଖିଲେ ଯେ, ସେମାନେ ଥିବା ରାସ୍ତା ଠାରୁ କିଛି ଦୂରରେ ବାଘଟିଏ ଯାଉଛି । ବିଚରା ନାସ୍ତିକ ପଥିକଟି ଏଥର ବୁଝିଗଲା ଯେ ଯଦି ଏହି ଗାଡିଟି ଠିକ ଏଇ ସମୟରେ ଆସି ନଥାନ୍ତା ତେବେ ତା’ ନିରୀହ ପ୍ରାଣଟି ବାଘ ମୁହଁରେ ଚାଲିଯାଇଥାନ୍ତା । ବିଭୁ ପଦାଶ୍ରିତ ହୋଇ ଆତୁର କଣ୍ଠରେ ଡାକିବାରୁ ଠାକୁର ପରୋକ୍ଷ ଭାବରେ ଗାଡି ପଠାଇଦେଇ ତାକୁ ବିପଦ ମୁକ୍ତ କରାଇଦେଲେ । ଧନ୍ୟ ତୁମେ ପ୍ରଭୁ, ଧନ୍ୟ ତୁମର ଅଲୌକିକ ଲୀଳା ।

    ଏଥର ସେ ବ୍ୟକ୍ତିଟି ସେଦିନଠାରୁ ଭଗବାନଙ୍କ ଅହେତୁକ କରୁଣା ପ୍ରାପ୍ତି ଲାଗି ସର୍ବଦା ପ୍ରାର୍ଥନା କରିଚାଲିଲା । ନାସ୍ତିକରୁ ଆସ୍ତିକ ପାଲଟିଗଲା । ପ୍ରକୃତ ଭକ୍ତ କେବେ ବିଷୟ ସୁଖର ପାଶ୍ଚାତଧାବନ କରେ ନାହିଁ । ବରଂ ଦୁଃଖକୁ ହିଁ ସେ ଆମନ୍ତ୍ରଣ କରେ । କାରଣ ଦୁଃଖ ବେଳେ ହିଁ ଭଗବାନଙ୍କୁ ଡାକିବାକୁ ବେଶୀ ମନ ବଳେ । ଋତୁ ପରିବର୍ତ୍ତନ ପରି ଦୁଃଖସୁଖର ପରିବର୍ତ୍ତନ ଘଟି ଚାଲିଛି । ଅଗ୍ନି ସଂଯୋଗ କରି ହାତ ଟେକି ତା’ର ଶରଣଗଲେ ଯେପରି ଶୀତ ଦାଉରୁ ମୁକ୍ତି ମିଳେ ଠିକ ସେପରି ଦୁଃଖ ସମୟରେ ପରମପିତା ପରମାତ୍ମାଙ୍କ ଶରଣ ଗଲେ ଦୁଃଖ ବୁଦ୍ ବୁଦ୍ ଭଳି ଫାଟିଯାଇ ସାତ୍ତ୍ଵିକ ଆନନ୍ଦ ଉପଲବ୍ଧି କରିହୁଏ । ତେଣୁ ଉତ୍କଳମଣିଙ୍କ ଭାଷାରେ “ବିପଦ ପ୍ରଭୁଙ୍କ କଷଟି ପାଷାଣ, ପରଖନ୍ତି ତହିଁ ନର ହୃଦଟାଣ ।” ହୃଦୟ ଟାଣ କରି ଦୁଃଖ ସହିବାର ଶକ୍ତି ମିଳୁ । ଏହାହିଁ କାମନା ଓ ବିଭୁଙ୍କ ଶ୍ରୀଚରଣେ ପ୍ରାର୍ଥନା ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ