Sunday, October 18, 2026
24.8 C
Odisha

    ଭାରତୀୟ ଆୟୁର୍ବେଦ ର ଏହି ୫ ଟି ହାର୍ବସ୍ ରଖିବ ସମସ୍ତ ରୋଗରୁ ମୁକ୍ତ

    ଆଗକୁ ପଢନ୍ତୁ

    ଭାରତୀୟ ଆୟୁର୍ବେଦର ଚମତ୍କାର ଅନେକ ବର୍ଷରୁ ରହିଛି ଏହା ଆମେ ଶୁଣିଛୁ, ଜାଣିଚୁ ଓ ପଡ଼ିଛୁ, କିନ୍ତୁ ବର୍ତମାନ ବିଶ୍ୱ ଗବେଷକ ମାନଙ୍କ ମତରେ ଭାରତୀୟ ଆୟୁର୍ବେଦ ର ୫ ଟି ହାର୍ବସ୍ କୁ ନିୟମିତ ସେବନ କରିବା ଦ୍ୱାରା ରହିବା ସମସ୍ତ ରୋଗରୁ ମୁକ୍ତ। ଏହା ଆମକୁ ନିରୋଗୀ ରଖିବାରେ ସାହାଯ୍ୟ କରିଥାଏ। ବିଶ୍ୱ ଗବେଷକ ଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ନିଜକୁ ରୋଗ ମୁକ୍ତ ରଖିବାକୁ ଚାହୁଁଛି ତେବେ ନିୟମିତ ଆୟୁର୍ବେଦ ସେବନ କରିବା ଆବଶ୍ୟକ।
    ଏଭଳି କିଛି ଆୟୁର୍ବେଦ ହର୍ବସ ରହିଛି ଯାହା ଆମକୁ ସମ୍ପୂର୍ଣ୍ଣ ନିରୋଗୀ ରଖିଥାଏ। ଆସନ୍ତୁ ଜାଣିବା ସେଗୁଡିକ କଣ ?

    ଲିମ୍ବ –
    ଅନେକ ପ୍ରକାର ରୋଗ ରେ ଲିମ୍ବ ର ପ୍ରୟୋଗ ହୋଇଥାଏ। ଆୟୁର୍ବେଦ ରେ ପାଖାପାଖି ୭୫% ଫର୍ମୁଲେସନର ଅଂଶ ଲିମ୍ବ ଅଟେ। ଏଥିରେ ଆଣ୍ଟି ସେପ୍ଟିକ, ଆଣ୍ଟି ଫାଙ୍ଗଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି। ଯାହା ଶରୀର ରୁ ଟକ୍ସିନ କୁ ବାହାର କରିଥାଏ। ଯଦି ଆପଣ ନିୟମିତ ୪-୫ ଟି ଲିମ୍ବ ପତ୍ର ସେବନ କରିବେ ତେବେ ବିଭିନ୍ନ ତ୍ୱଚା ସମ୍ବନ୍ଧିୟ୍ ସମସ୍ୟା ଦୂର ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ। ଶରୀର ର ଇମ୍ୟୁନିଟି ବୃଦ୍ଧି ହୋଇଥାଏ।

    ଅଶ୍ୱଗନ୍ଧା –
    ଅଶ୍ୱଗନ୍ଧାର ବ୍ୟବହାର ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ। ସେକ୍ସୁଆଲ ହେଲଥ ପାଇଁ ଖୁବ ଲାଭ ଦାୟକ ଅଟେ ଅଶ୍ୱଗନ୍ଧା। ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ। ଏହାକୁ ସେବନ ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ। ଅଶ୍ୱଗନ୍ଧା ଓଜନ ନିୟନ୍ତ୍ରଣ ସହିତ ନିଦକୁ ଠିକ କରିଥାଏ। ଆପଣ ଏହାର ପାଉଡର, ଟାବଲେଟ ଓ ସିରାପ ଭାବରେ ସେବନ କରି ପାରିବେ।

    ବ୍ରାହ୍ମି –
    ବ୍ରାହ୍ମୀରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଇମ୍ଫଲା ମେଟାରୀ ଗୁଣ ରହିଛି। ଯାହାକି ମସ୍ତିଷ୍କ କୁ ତୀବ୍ର କରିଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ଡିପ୍ରେସନ ଓ ଚିନ୍ତା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ରକ୍ତ ସଫା ହୋଇଥାଏ।

    ସତାବରୀ –
    ଆୟୁର୍ବେଦ ର ରାଣୀ ହେଉଛି ସତାବରୀ , ଯେଉଁଥିରେ ସେପୋନିନ ରହଥାଏ l ଯାହାକି ଶରୀର ରେ ଆଣ୍ଟି ଅକ୍ସି ଡାଣ୍ଟ ଗୁଣ ବୃଦ୍ଧି କରିଥାଏ l ଏହାକୁ ସେବନ କରିବା ଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଓ ମହିଳା ମାନଙ୍କର ଗର୍ଭ ଧାରଣ ରେ ସୁବିଧା ହୋଇଥାଏ l ପାଚନ ତନ୍ତ୍ର ରେ ସୁଧାର କରିଥାଏ ସତାବରୀ l ବ୍ଲଡ଼ ସୁଗାର ନିୟନ୍ତ୍ରଣ କରି ସ୍କିନ ଏଜିଙ୍ଗ ରେ ସୁଧାର ଆଣିଥାଏ ସତାବରୀ l
    – ମଞ୍ଜିଷ୍ଠା –
    ମଞ୍ଜିଷ୍ଠା ଇମ୍ୟୁନ ସିଷ୍ଟମ କୁ ମାଜବୁତ କରିଥଏ। ଲିଭର, ସ୍କିନ ଓ କିଡ଼ନୀ କୁ ସଫା ରଖିବାରେ ସାହାଯ୍ୟ କରିଥାଏ ମଞ୍ଜିଷ୍ଠା। ଏହା ସ୍କିନ କୁ ସୁସ୍ଥ ରଖିଥାଏ l ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ମଞ୍ଜିଷ୍ଠା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ