Friday, October 2, 2026
23.8 C
Odisha

    ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ: ମାଲେସିଆ ଭାୟା ଓଡ଼ିଶା ହୋଇ କୋଲକାତା ଯାଉଥିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ଧରଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍‌ ବିଭାଗ। ମାଲେସିଆ ରାଜଧାନୀ କ୍ବାଲାଲମ୍ପୁରରୁ ଉତ୍କଟ ନିଶାଦ୍ରବ୍ୟ ମାରିଜୁଆନା ନେଇ ଆସିବା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ଧରାପଡ଼ିଛନ୍ତି ପଶ୍ଚିମବଙ୍ଗର ଦୁଇ ମହିଳା। ସେମାନଙ୍କଠାରୁ ୯ କେଜି ୫୨୪ ଗ୍ରାମର ମାରିଜୁଆନା ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି କଷ୍ଟମ୍‌ ବିଭାଗ ଆକଳନ କରିଛି। ଉଭୟଙ୍କୁ ଏନ୍‌ଡିପିଏସ୍ ଆଇନ ୧୯୮୫ ଅନୁସାରେ ଗିରଫ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର କାରଣରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ କଷ୍ଟମ ବିଭାଗ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

    କ୍ବାଲାଲମ୍ପୁର-ଓଡ଼ିଶା ରୁଟ୍‌ରେ ଚଳାଚଳ କରୁଥିବା ଏକ ବିମାନରେ ନିଶାଦ୍ରବ୍ୟ ଆସୁଥିବାର ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ କଷ୍ଟମ ବିଭାଗର ପଦାଧିକାରୀମାନେ ସଜାଗ ହୋଇ ପଡ଼ିଥିଲେ। ଯାତ୍ରୀମାନଙ୍କର ଲଗେଜ୍ ଯାଞ୍ଚ ବେଳେ ଏହି ଦୁଇ ମହିଳାଙ୍କ ହାବଭାବ ଉପରେ ସନ୍ଦେହ କରିଥିଲେ କଷ୍ଟମ୍ ଅଧିକାରୀ। ଉଭୟଙ୍କ ବ୍ୟାଗ୍‌ ତନଖି ସମୟରେ ୧୯ଟି ପ୍ୟାକେଟ୍‌ରେ ଏହି ସବୁ ଉତ୍କଟ ନିଶାଦ୍ରବ୍ୟ ଠାବ କରାଯାଇଥିଲା। ଜବତ ସାମଗ୍ରୀଗୁଡ଼ିକର ପରୀକ୍ଷଣ ପରେ ଏହା ମାରିଜୁଆନା ବୋଲି ଜଣାପଡ଼ିଥିଲା। ଧରାପଡ଼ିଥିବା ଦୁଇ ମହିଳା କାହାଠାରୁ ଏହି ନିଶାଦ୍ରବ୍ୟ ସଂଗ୍ରହ କରିଥିଲେ ଏବଂ କେଉଁଠାକୁ ନେଉଥିଲେ ସେ ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସେମାନଙ୍କର କୌଣସି ବଡ଼ ନିଶା ମାଫିଆ ଗ୍ୟାଙ୍ଗ୍‌ ସହିତ ସଂପର୍କ ଅଛି କି ନାହିଁ, ତାହାର ଖିଅ ବି ଖୋଜା ଚାଲିଛି। ଦିନକ ପରେ ରାଜଧାନୀରେ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏତେ ଟଙ୍କାର ଉତ୍କଟ ନିଶାଦ୍ରବ୍ୟ ଜବତ ହେବା ଚର୍ଚ୍ଚାର ବିଷୟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ