Saturday, May 30, 2026
30.2 C
Odisha

    ବିରାଟ ଓ ଆରସିବି ପାଇଁ ପ୍ରାର୍ଥନା କରୁଥିଲେ ଅନୁଷ୍କା, ରାଧାନାମ ଜପ କରୁଥିଲେ ଅଭିନେତ୍ରୀ

    ଆଗକୁ ପଢନ୍ତୁ

    ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ ବିରାଟ କୋହଲି ଇଣ୍ଡଷ୍ଟ୍ରୀର ଜଣାଶୁଣା ଦମ୍ପତି । ଦୁହିଁଙ୍କ କେମେଷ୍ଟ୍ରୀ ଏବଂ ଭଲପାଇବା ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ବିରାଟ କୋହଲିଙ୍କ ଟିମ୍ ଆରସିବି ଆଇପିଏଲ ୨୦୨୬ ଫାଇନାଲରେ ପହଞ୍ଚିଛି । ମଙ୍ଗଳବାର ଧର୍ମଶାଳାରେ ରୟାଲ ଚ୍ୟାଲେଞ୍ଜର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ ସମୟରେ ଅନୁଷ୍କା ସ୍ବାମୀ ବିରାଟ ଏବଂ ତାଙ୍କ ଟିମ୍ ପାଇଁ ପ୍ରାର୍ଥନା କରିଥିଲେ ।

    ଅନୁଷ୍କା ଶର୍ମା ଏହି ମ୍ୟାଚରେ ଆଗ ସିଟରେ ବସି ବିରାଟ ଏବଂ ବେଙ୍ଗାଲୁରୁ ଟିମ୍ ପାଇଁ ଚିଅର କରୁଥିବାର ନଜର ଆସିଥିଲେ । ଟିମର ବିଜୟ ପାଇଁ ଅନୁଷ୍କା ହାତ ଯୋଡି ପ୍ରାର୍ଥନା କରିବା ସହିତ ଆଙ୍ଗୁଠିରେ ପିନ୍ଧିଥିବା ରାଧା ନାମ ଜପ କାଉଣ୍ଟର ରିଙ୍ଗ ସହିତ ମନ୍ତ୍ର ଜପ କରୁଥିବାର ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

    ଏହି ଫଟୋକୁ ନେଇ ଫ୍ୟାନ୍ସ ବହୁତ ଇମୋସନାଲ ହୋଇଛନ୍ତି । ଅନୁଷ୍କା ଆରସିବି ପାଇଁ ପ୍ରାର୍ଥନା କରୁଥିଲେ ବୋଲି କିଛି ଫ୍ୟାନ୍ସ କହିଛନ୍ତି । ଏହି ମ୍ୟାଚ୍ ସରିବା ପରେ ବିରାଟ କୋହଲି ଅନୁଷ୍କା ଶର୍ମା ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

    ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସଙ୍କୁ ୯୨ ରନରେ ହରାଇ ଲଗାତାର ଦ୍ବିତୀୟ ଥର ପାଇଁ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି । ଆଇପିଏଲ ୨୦୨୬ ଫାଇନାଲ ଆସନ୍ତା ୩୧ ରବିବାରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ