Saturday, May 30, 2026
30.2 C
Odisha

    ଛାତରୁ ପଡ଼ି ଚାଲିଗଲା ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକଙ୍କ ଜୀବନ, ସନ୍ଦେହରେ ଯାଞ୍ଚ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ବେଙ୍ଗଲ ସିନେମାର ଲୋକପ୍ରିୟ ତଥା ବରିଷ୍ଠ ଫିଲ୍ମ ମେକର ଅନିକ ଦତ୍ତାଙ୍କ ପରଲୋକ । ବୁଧବାର ଅପରାହ୍ନରେ ଘରର ଛାତ ଉପରୁ ଖସିପଡିବାରୁ ତାଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇପାରିନଥିଲେ । ତାଙ୍କ ମ୍ତ୍ୟୁରେ ସମଗ୍ର ବେଙ୍ଗଲ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଶକ୍ତ ଝଟକା ଲାଗିଛି । କିନ୍ତୁ ତାଙ୍କ ମୃତ୍ୟୁର ସଠିକ କାରଣ ଏଯାଏଁ ଜଣାପଡିନାହିଁ ।

    ଅନିକ ଦତ୍ତାଙ୍କ ମ୍ତ୍ୟୁକ ନେଇ ଏବେ ଗରିୟାହାଟ ଥାନା ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ତାଙ୍କ ମ୍ତ୍ୟୁ ହେଲା, ତାହାର ଯାଂଚ ଚାଲିଛି । କିନ୍ତୁ ଘଟଣାକୁ ନେଇ ତାଙ୍କ ପରିବାର କିମ୍ବା ପୋଲିସ ତରଫରୁ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ ।

    ଅନିକ ଦତ୍ତା ସବୁବେଳେ ଦର୍ଶକଙ୍କୁ ଭିନ୍ନ ସ୍ବାଦର ଫିଲ୍ମ ଦେଖାଇବାକୁ ଚେଷ୍ଟା କରୁଥିଲେ । ସେ କେବେ ବି ବିବାଦ ଘେରରେ ପଶିନଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ପୂର୍ବରୁ ଅନିକ ଦତ୍ତା ଆଡ୍ ଫିଲ୍ମ ଏବଂ ଡକ୍ୟୁମେଣ୍ଟ୍ରିରେ କାମ କରୁଥିଲେ । ୨୦୧୨ରେ ଫିଲ୍ମ ଭୂତେର ଭାଭିଷେକରେ ନିର୍ଦ୍ଦେଶନା ଦେଇ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ବେଶ୍ କମାଲ କରିଥିଲା । ୨୦୨୫ରେ ତାଙ୍କ ଫିଲ୍ମ ଜଟ୍ କାଣ୍ଡ କୋଲକତା ରିଲିଜ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ